ଚଳିତ କାର୍ତ୍ତିକ ମାସର ପ୍ରଥମ ସୋମବାର ଧବଳେଶ୍ଵରଙ୍କ ପୀଠରେ ଲାଗିବ ୧୪୪ ଧାରା ।

କଟକ: କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ଲାଗିବ ୧୪୪ ଧାରା ।  ଚଳିତ କାର୍ତ୍ତିକ ମାସର ପ୍ରଥମ ସୋମବାରକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିସ୍ପତି ନିଆଯାଇଛି । ୨୫ଅକ୍ଟୋବର ଭୋର ୪ଟାରୁ ରାତ୍ର ୧୦ ଘଟିକା ପର୍ଯ୍ଯନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଆଖି ଆଗରେ ରଖି ସମସ୍ତ ହବିଶ୍ୟାଳୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପୀଠକୁ ନ ଆସିବାକୁ ବାରଣ କରାଯିବା ସହିତ ଧବଳେଶ୍ଵର ପୀଠକୁ ଧାରା ୧୪୪ ଜାରି କରାଯାଜୀବ ।

Leave a Reply

Your email address will not be published. Required fields are marked *