ଅନ୍ତଃରାଜ୍ୟ ଜାଲ ନୋଟ୍‌ କାରବାରୀ ଗିରଫ: ୧୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ ନୋଟ ଜବତ

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ । ରାଉରକେଲା ୧୭ ନମ୍ବର ସେକ୍ଟର ରୁ ଧରାପଡ଼ିଲା ଅନ୍ତଃରାଜ୍ୟ ଜାଲ ନୋଟ କାରବାର କରୁଥିବା ଅପରାଧୀ ଶେଖ ଅହମ୍ମଦ। ରାଜ୍ୟ ଏସ ଟି ଏଫ, ରାଉରକେଲା ୧୫ ନମ୍ବର ସେକ୍ଟର ପୁଲିସ ସହାୟତାରେ ଶେଖ ଅହମ୍ମଦକୁ ୧୭ ନମ୍ବର ସେକ୍ଟର ର ସି- ୨୩୧ ନମ୍ବର କ୍ୱାର୍ଟରରୁ ଗିରଫ କରାଯାଇଛି ।  ଗିରଫ ଶେଖ ଅହମ୍ମଦ ଠାରୁ ୧୬ ଲକ୍ଷ ୧୧ ହଜାର ଟଙ୍କା ଜାଲ ନୋଟ ଜବତ କରାଯାଇଛି। ଏହାଛଡା ଲାପଟପ, କଲର ପ୍ରିଣ୍ଟର ଏବଂ ଜାଲ ନୋଟ ଛପାଇବା ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଶେଖ ଅହମ୍ମଦ ଏଠାରେ ବହୁଦିନ ଧରି ଜାଲ ନୋଟ କାରବାର କରୁଥିବା ସୂଚନା ଷ୍ଟେଟ ଟାସ୍କ ଫୋର୍ସ ପାଇବା ପରେ ଏହି ଚଢ଼ଉ କରାଯାଇଥିଲା। ଶେଖ ରାଉରକେଲାରେ ଜାଲ ନୋଟ ଛପାଉଥିଲା କି ନାହିଁ ତାହା ପୁଲିସ ତଦନ୍ତ କରୁଛି । ଗିରଫ ଶେଖ ଅହମ୍ମଦ ଦିଲ୍ଲୀ ବଦରପୁର ଥାନା ଅଞ୍ଚଳର ନିବାସୀ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *