ଭୁବନେଶ୍ୱର : ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଆଜି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଅଫଲାଇନରେ ହେବ ମାଟ୍ରିକ୍ ପରୀକ୍ଷା । ୭୦% ସିଲାବସ୍ରୁ ହେବ ମାଟ୍ରିକ ପରୀକ୍ଷା । ବାଦ ପଡ଼ିବ ୩୦ ପ୍ରତିଶତ ସିଲାବସ୍ । କୋଭିଡ୍ ନିୟମ ଅନୁସାରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ କହିଛନ୍ତି । ୧୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ।ଚଳିତ ବର୍ଷ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ମୂଲ୍ୟୟାନରେ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ଏହାପରେ ଅଫଲାଇନ ପରୀକ୍ଷା କରାଯିବା ନେଇ ଫର୍ମ ପୂରଣ ସହ ପରୀକ୍ଷା ନେଇ ଘୋଷଣା କରାଯାଇଛି। ଏହାସହ କରୋନା ପାଇଁ ଚଳିତ ବର୍ଷ ରାଜ୍ୟସରକାର ପରୀକ୍ଷା ଫି ଛାଡ କରିଛନ୍ତି।ପରୀକ୍ଷା ପ୍ରଶ୍ନପତ୍ର କିଭଳି କରାଯିବ ତାହା ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପରୀକ୍ଷା କରାଯିବ।ଜୁଲାଇ ପରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
Related Posts
ରାଜ୍ୟରେ ନକଲି କରୋନା ମେଡିସିନ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଗତ ୧୧ ତାରିଖ ଦିନ କଟକ ସହରର କନିକା ଛକ ନିକଟ ଏକ ଔଷଧ ହୋଲସେଲ୍ ଗୋଦାମରୁ ୬୯ ଲକ୍ଷ ଟଙ୍କାର ନକଲି ଔଷଧ ଜବତ…
ଆସିଲା ଅକ୍ଟୋବର ଗାଇଡ୍ଲାଇନ୍ : ପାର୍ବଣ ପାଇଁ ହେଲା କଡା କଟକଣା, ପୌରାଞ୍ଚଳରେ ଜାରି ରହିବ ନାଇଟ୍ କର୍ଫ୍ୟୁ
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଅକ୍ଟୋବର ମାସ ପାଇଁ କୋଭିଡ-୧୯ ଗାଇଡଲାଇନ୍ ଜାରି କରିଛନ୍ତି। ରାଜ୍ୟର ସହରାଂଚଳରେ ସେପ୍ଟେମ୍ବର ମାସ ଭଳି ରାତି ୧୦ଟାରୁ ସକାଳ ୫ଟା…
ଫେରିଗଲା ସାତକୋଶିଆର ବାଘୁଣୀ ସୁନ୍ଦରୀ ।
ଫେରିଲା ବାଘୁଣୀ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସୁନ୍ଦରୀ ବାଘୁଣୀ ଧରାହୋଇ ମଧ୍ୟପ୍ରଦେଶକୁ ଫେରାଇ ନିଆଯାଉଛି । ଗତ ୨୧ତାରିଖରେ ମଧ୍ୟପ୍ରଦେଶର କାହ୍ନା…