ହୀରାକୁଦରୁ ଆଉ ୮ଟି ଗେଟ୍‌ ବନ୍ଦ, ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର: ଜଳ ସ୍ତର କମୁଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ୮ଟି ଗେଟ୍‌ ବନ୍ଦ କରାଯାଇଛି । ଜଳଭଣ୍ଡାରରୁ ଏହି ୮ଟି ଗେଟ୍‌ ବନ୍ଦ କରିଦିଆଯିବା ପରେ ଏବେ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏଥିରେ ବାମ ପାର୍ଶ୍ବରୁ ୧୪ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୬ଟି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଆଶା କରାଯାଉଛି ଯେ, ଆଗାମୀ ସମୟରେ ହୀରାକୁଦ ଜଳଭଣ୍ଡାରରୁ ଆହୁରି ଗେଟ୍‌ ବନ୍ଦ କରି ଦିଆଯାଇପାରେ। ପର୍ଯ୍ୟାୟ କ୍ରମେ ଡ୍ୟାମ୍‌ରୁ ଗେଟ୍‌ଗୁଡ଼ିକ ଖୋଲି ଦିଆଯିବା ପରେ ମହାନଦୀରେ ବନ୍ୟାଜଳ ହ୍ରାସ ପାଇବ, ଯାହାକୁ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ।

ହୀରାକୁଦ ଜଳ ଭଣ୍ଡାରରେ ଶୁକ୍ରବାର ଅପରାହ୍ନ ୩ଟାରେ ୬୨୧.୧୩ ଫୁଟ ଜଳସ୍ତର ରହିଛି। ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ମହାନଦୀର ଜଳସ୍ତର ପୂର୍ବାପେକ୍ଷା କମୁଛି । ଅପରାହ୍ନ ୩ଟା ସୁଦ୍ଧା ପର୍ଥଲା ଦେଇ ୧ ଲକ୍ଷ ୮ ହଜାର ୨୯୮ କ୍ୟୁସେକ, ଖଇରମାଳ ଦେଇ ୬ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଥିବା ବେଳେ ବରମୂଳ ଦେଇ ୮ ଲକ୍ଷ ୧୯ ହଜାର ୫୦୦କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି କଟକ ମୁଣ୍ଡଳି ଦେଇ ମହାନଦୀରେ ୯ ଲକ୍ଷ ୪୮ ହଜାର ୯୦୫ କ୍ୟୁସେକ ଜଳ ନିଷ୍କାସନ ହେଉଛି।

Leave a Reply

Your email address will not be published. Required fields are marked *