୨୦୨୨- ୨୩ ରେଳ ବଜେଟ :ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ମିଳିଲା ୫୮୦୨.୬୫ କୋଟି ଟଙ୍କାର ଆନୁଦାନ

ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଫେବ୍ରୁଆରି ୧ ତାରିଖରେ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି। ନୂଆ ବଜେଟରେ ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ଗତ ଥରର ସଂଶୋଧିତ ବ୍ୟୟବରାଦଠାରୁ ପ୍ରାୟ ୨୦,୩୧୧ କୋଟି ଅଧିକ ।୨୦୨୨-୨୩ ବଜେଟରେ ଓଡିଶାକୁ ରେଳ ଅନୁଦାନ ନେଇ ସୂଚନା ମିଳିଛି। ରେଳ ବଜେଟରେ ଓଡିଶାର ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପାଇଁ ୮୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି

। ସେହିପରି ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ପାଇଁ ୪୭୫ କୋଟି, ହରିଦାସପୁର-ପାରାଦୀପ ଲାଇନ୍ ପାଇଁ ୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।ସେହିପରି ତାଳଚେର-ବିମଳାଗଡ ରେଳଲାଇନ୍ ପାଇଁ ରେଳ ବଜେଟରେ ୨୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଜୟପୁର-ମାଲକାନଗିରି ପାଇଁ ୧୩.୮୦ କୋଟି, ଜୟପୁର-ନବରଙ୍ଗପୁର ପାଇଁ ୮୧ କୋଟି, ନୌପଡା-ଗୁଣୁପୁର-ଥେରୁବାଲି ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇ ଥିବା ବେଳେ ତାଳଚେର-ଅନୁଗୁଳ ନୂଆ ଲାଇନ୍ ପାଇଁ ୧୮ କୋଟି ଟଙ୍କା ଅନୁଦାନ ମିଳିଛି।

Leave a Reply

Your email address will not be published. Required fields are marked *