ଅନୁଗୋଳ କାରାଗାରରେ କରୋନା, ପହଞ୍ଚିଲେ ସ୍ୱାସ୍ଥ୍ୟ ବିଭାଗ ଟିମ ।

ଅନୁଗୋଳ ରେ କାୟା ମେଲାଉଛି କରୋନା । ଗାଁ ଠାରୁ ସହର ପ୍ରତୀତି ଅଞ୍ଚଳରେ ଅଦୃଶ୍ୟ ଭୂତାଣୁ ସ୍ଥିତି ଜାହିର କରୁଛି । ଜେଉଁଥିରୁ ଏବେ ବାଦ ପଡିନି ଜେଲ । ଆଜି ଜେଲର 24 ବିଚାରାଧୀନ କୋରନା ପଜେଟିଭ ଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Advertisement

ଗତ ତିନିଦିନ ତଳେ କାରାଗାର ର ଜଣେ କଏଦୀ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କର ପରୀକ୍ଷା କରାଯାଇଥିବା ବେଳ ଆଜି 23 ଜଣ ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। କଏଦୀ ମାନେ କୋରନା ସଂକ୍ରମିତ ହେବା ପରେ ଆଜି ଅପରାହ୍ନ ରେ ସ୍ୱାସ୍ଥ୍ୟ ବିଭାଗ ଏକ ଟିମ ଅନୁଗୋଳ କାରାଗାର ରେ ପହଞ୍ଚିଥିଲେ। ସେମାନେ ଆକ୍ରାନ୍ତ କଏଦୀ ମାନଙ୍କୁ ମେଡ଼ିସିନ କୀଟ ଦେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ସହ ପଚାରି ବୁଝିଛନ୍ତି । ଆକ୍ରାନ୍ତ ମାନଙ୍କୁ ଜେଲ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଆସୋଲେସନ ୱାଡ଼ରେ ରଖିଛନ୍ତି।

ଅନୁଗୋଳ କରାଗାରରେ ବିଚାରାଧୀନ କଏଦୀ ଓ ସଜା କାଟୁଥିବା କଏଦୀଙ୍କ ସଂଖ୍ୟା ୩୦୦ରୁ ଅଧିକ । ତେବେ ବର୍ତ୍ତମାନ ଜେଲ କର୍ତ୍ତୁପକ୍ଷ ଅନ୍ୟ କଏଦୀ ମାନଙ୍କ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *