ଅନୁଗୋଳ ରେ ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ

ଅନୁଗୋଳ: ଆଜି ବିଜୁ ଜନତା ଦଳ ଅନୁଗୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ୨୫ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ୩ଟି ସ୍ଥାନ ରେ ପାଳନ କରାଯାଇଛି। ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଂଚାୟତର ଚଣ୍ଡୀଖମଣ ଠାରେ ଏକ ବିଶାଳ ସମାବେଶରେ ୩୦୦୦ରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇଥିଲେ। ଉକ୍ତ ସଭା ରେ କଂଗ୍ରେସ ଦଳ ପରିତ୍ୟାଗ କରି ଅନୁଗୋଳ ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମୋହନ ସାହୁ ୮୦୦ରୁ ଉର୍ଦ୍ଧ୍ବ କର୍ମୀଙ୍କ ସହିତ ବିଜୁ ଜନତା ଦଳ ରେ ଯୋଗ ଦେଇଛନ୍ତି। ଇଙ୍କରବନ୍ଧ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀ ଅମୀୟ ମିଶ୍ର କଂଗ୍ରେସ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏଥି ସହିତ ବନ୍ତଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ହରିହର ସାହୁ ନିଜର ୨୦୦ ରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହିତ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ରନ୍ତଳେଇ ଗ୍ରାମ ପଞ୍ଚାୟତର ମିଥୁନ ବେହେରାଙ୍କ ନେତୃତ୍ୱରେ ୫୦ ରୁ ଉର୍ଦ୍ଧ୍ବ ଯୁବକ ବନ୍ଧୁ ଉଭୟ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଛେଳିଆପଡା ଗ୍ରାମ ପଞ୍ଚାୟତ ର ଅନାଦି ସାହୁ କଂଗ୍ରେସ ଦଳ ପରିତ୍ୟାଗ କରି ଓ ଅଙ୍ଗାରବନ୍ଧ ଗ୍ରାମ ପଂଚାୟତ ର ସୁଶାନ୍ତ ଦାସ ବିଜେପି ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସଭାରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଜ୍ୟୋତିଷ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ମହେନ୍ଦ୍ର ବସ୍ତିଆ, ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ଭାଗିରଥି ମାଝୀ, ଦୁର୍ୟୋଧନ ସାହୁ, ରାକେଶ ନନ୍ଦ, ସରୋଜ ନାଏକ, କଲ୍ୟାଣି ବିଳାସ, ଦିବ୍ୟରଞ୍ଜନ ପ୍ରଧାନ ଓ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ଅନୁଗୋଳ ବ୍ଲକ ବିଜେଡ଼ି ସଭାପତି ଶ୍ରୀ ସରୋଜ ନାରାୟଣ ସାହୁ ସଭାପତିତ୍ବ ଓ ଯୁବ ନେତା ଅରୁଣାଭ ସିଂହଙ୍କ ତତ୍ୱାବଧାନରେ ସଭା ଅନୁଷ୍ଠିତ ହୋଇଥିଲା।

ବଅଁରପାଳ ବ୍ଲକର ଗଡ଼ସନ୍ତ୍ରୀ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକର ୧୭ଟି ପଞ୍ଚାୟତରୁ ୨୦୦୦ରୁ ଉର୍ଦ୍ଧ୍ବ କର୍ମୀ ଯୋଗ ଦେଇଥିଲେ। ବଅଁରପାଳ ବ୍ଲକ ବିଜେଡି ସଭାପତି ବିଜୟ କୁମାର ନାଥ ସଭାପତିତ୍ବ କରିଥିଲେ।ସଭାରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଜ୍ୟୋତିଷ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ମହେନ୍ଦ୍ର ବସ୍ତିଆ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଶ୍ରୀ ପ୍ରିୟଦର୍ଶୀ ପଟ୍ଟନାୟକ, ସୁବାଷ ଚନ୍ଦ୍ର ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଭୋଇ, ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ସାହୁ, ସେସଦେବ ବେହେରା, ବାଉରୀ ବନ୍ଧୁ ସାହୁ, ନିର୍ମଳ ଗଡ଼ନାଏକ, ସୁସେନ ଗଡନାୟକ, ସୌମ୍ୟରଂଜନ ବେହେରା, ସୁକେସିନୀ ବୈଦ୍ୟ ପ୍ରମୁଖ ଭାବେ ଯୋଗଦେଇଥିଲେ। ଯୁବ ନେତା ଅରୁଣାଭ ସିଂହଙ୍କ ତତ୍ୱାବଧାନରେ ସଭା ଅନୁଷ୍ଠିତ ହୋଇଥିଲା।

ଅନୁଗୋଳ ପୌରପାଳିକା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ଏକ ସଭା ଆୟୋଜନ କରାଯାଇଥିଲା। ପୌରପାଳିକା ୨୩ଟି ୱାର୍ଡରୁ ୫୦୦ରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇଥିଲେ। ପୌରପାଳିକା ବିଜେଡ଼ି ସଭାପତି ଶ୍ରୀ ବୃନ୍ଦାବନ ସ୍ୱାଇଁ ସଭାପତିତ୍ବ କରିଥିଲେ।ବରିଷ୍ଠ ଆଇନଜୀବୀ ଶ୍ରୀ ପରମାନନ୍ଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟ ଯୁବ ବିଜେଡ଼ି ଉପ-ସଭାପତି ଶ୍ରୀ ସୁଜିତ ଦ୍ବିବେଦୀ, ମାଳିନୀ ସର, ରିତା ସିଂହ, ଉଲ୍ଲାସ ସାହୁ, ଅଜିତ ଦ୍ବିବେଦୀ, ସତ୍ୟନନ୍ଦ ଦଳବେହେରା, ବିଶ୍ୱରଞ୍ଜନ ସାହୁ,  ଦେବବ୍ରତ ନାଏକ ଓ ସମସ୍ତ ପୂର୍ବତନ ବିଜେଡି କାଉନସିଲର ଯୋଗଦେଇଥିଲେ। ୩ଟି ସଭାରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅପରାହ୍ନ ୪.୩୦ ସମୟରେ ଭିଡ଼ିଓ କନଫେରେନ୍ସିଂଗ ମାଧ୍ୟମରେ ଯୋଗଦେଇ ସମଗ୍ର ଓଡିଶା ବାସୀଙ୍କୁ ସମ୍ଭୋଦିତ କରିଥିଲେ। ସଦା ସର୍ବଦା ଲୋକଙ୍କ ସେବା ରେ ନିୟୋଜିତ ରହିବା ଓ ନିଜର ଜୀବନ ଜନ ସେବାରେ ଉତ୍ସର୍ଗ କରିବା ନେଇ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏଥି ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିସ୍ତ୍ରୁତ ଖସଡ଼ା ପ୍ରସ୍ତୁତ ହୋଇ ୱାର୍ଡ ସ୍ତରରେ ସଙ୍ଗଠନ କୁ ଆହୁରି ମଜବୁତ କରିବା ନେଇ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *