ଆରମ୍ଭ ହେଲା ୨୮ ତମ ରାଜ୍ୟ ସ୍ତରୀୟ ଟେବୁଲ ଟେନିସ ଚମ୍ପିୟାନସିପ

ଅନୁଗୋଳ: ଅନୁଗୋଳ ଇନଡୋର ଷ୍ଟାଡିୟମ ଠାରେ ବୁଧବାର ୨୮ତମ ଆନ୍ତଃ ଜିଲା ଓ ଓଡିଶା ଟେବୁଲ ଟେନିସ ଚମ୍ପିୟାନସିପ ଖେଳ ଆରମ୍ଭ ହୋଇଯାଇଛି। ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଖେଳ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିବା ପ୍ରାୟ ୧୬ ଜିଲ୍ଲା ଓ ୬ଟି ଟେବୁଲ ଟେନିସ ଖେଳକୁଦ ଅନୁଷ୍ଠାନରୁ ୨୫୦ଜଣ ଖେଳାଳି ଆସିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ ଓଡିଶା ଟେବୁଲ ଟେନିସ ଆସୋସିଏସନ ଓ ଜିଲା ପ୍ରଶାସନର ମିଳିତ ଉଦ୍ୟମରେ ଅନୁଗୋଳ ଜିଲା ମୁଖ୍ୟାଳୟ ରେ ଥିବା ଇନଡୋର ଷ୍ଟାଡିୟମ ଠାରେ ଟେବୁଲ ଟେନିସ ଆନ୍ତଃ ଜିଲା ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ୧୧ବର୍ଷୀୟ,୧୩ବର୍ଷୀୟ,୧୫ବର୍ଷୀୟ,୧୭ବର୍ଷୀୟ,୧୯ବର୍ଷୀୟ ଓ ଓପନ ମ୍ୟାନ ଓ ୱମ୍ୟାନ ପ୍ରତିଯୋଗି ମାନେ ଯୋଗଦେଇ ନିଜର ଖେଳର ଯାଦୁ ଦେଖାଉଛନ୍ତି। ପୁରୁଷ ମାନଙ୍କ କ୍ଷେତ୍ରରେ ୧୮୫ଜଣ ପ୍ରତିଯୋଗୀ ଯୋଗ ଦେଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୭୯ଜଣ ପ୍ରତିଯୋଗୀ ଯୋଗ ଦେଇଛନ୍ତି।

ପ୍ରଥମ ଦିବସ ବା ଉଦଘାଟନୀ ମ୍ୟାଚରେ ଲିଗ ମ୍ୟାଚର ଗ୍ରୁପ- ଏ ରେ  ଅନୁଗୋଳ ଓ କେନ୍ଦୁଝର ମଧ୍ୟରେ ହୋଇଥିବା ବେଳେ ୩-୦ରେ ଅନୁଗୁଳ କେନ୍ଦୁଝରକୁ ପରାସ୍ତ କରିଥିଲା। ଏଜି ଓଡିଶା ୩-୦ରେ କେନ୍ଦୁଝର ଟିମକୁ ପରାସ୍ତ କରିଥିଲା,ସେହିପରି ଏଜି ଓଡିଶା୩-୦ରେ ଅନୁଗୋଳ ଟିମକୁ ପରାସ୍ତ କରିଥିଲା। ଗ୍ରୁପ -ବି ରେ ଭୁବନେଶ୍ୱର-ବି ୩-୧ରେ ଗଂଜାମକୁ ପରାସ୍ତ କରିଥିବା ବେଳେ କଟକ-ଏ ୩-୦ରେ ଗଞ୍ଜାମକୁ ପରାସ୍ତ କରିଥିଲା ଏବଂ କଟକ-ଏ ଭୁବନେଶ୍ୱର ବି କୁ ୩-୦ରେ ପରାସ୍ତ କରିଥିଲା।

ସେହିପରି ଗ୍ରୁପ-ସି  ମ୍ୟାଚରେ ଖୋର୍ଦ୍ଧା ୩-୧ରେ ଅନୁଗୋଳକୁ ହରାଇଥିଲା,ଭୁବନେଶ୍ୱର ଏ ୩-୧ରେ ଅନୁଗୋଳ ଟିମ କୁ ପରାସ୍ତ କରିଥିଲା। ଭୁବନେଶ୍ୱର ଏ ଟିମ ଖୋର୍ଦ୍ଧାକୁ ୩-୧ରେ ପରାସ୍ତ କରିଛି । ଗ୍ରୁପ୍-ଡି ମ୍ୟାଚରେ  ପୁରୀଦଳ ଖୋର୍ଦ୍ଧା ଦଳକୁ ୩-୦ରେ, କଟକ-ବି ୩-୦ରେ କିଟ ଦଳକୁ, କଟକ-ବି  ପୁରୀକୁ ୩-୦ ମ୍ୟାଚ୍ ରେ ପରାସ୍ତ କରିଛି । ସେହିପରି ସେମି ଫାଇନାଲିଷ୍ଟ  ଏଜି ଓଡିଶା ବନାମ କଟକ-ବି ଓ କଟକ-ଏ ବନାମ ଭୁବନେଶ୍ୱର-ଏ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ସେହିପରି  ଗ୍ରୁପ୍-ଏ ଜୁନିଅର ବାଳକ ଦଳ ଇଭେଣ୍ଟରେ  କଟକ-ଏ ୩-୦ରେ  କେନ୍ଦୁଝରକୁ ଏବଂ  କିଟକୁ ୩-୦ ଏବଂ ବିଟ୍ ଭୁବନେଶ୍ୱର-ବି ୩-୦ରେ ରେ ପରାସ୍ତ କରିଥିଲା। ଭୁବନେଶ୍ୱର  କିଟ୍ କୁ 3-0, କେନ୍ଦୁଝରକୁ 3-0ରେ ହରାଇ କଟକ-ଏ 0-3 ମ୍ୟାଚ୍ ହାରିଛି । ଜୁନିଅର ବାଳକ ଦଳ ଇଭେଣ୍ଟରେ କଟକ-ଏ ଏବଂ ଭୁବନେଶ୍ୱର-ବି ସେମି ଫାଇନାଲକୁ ଉତିଣ୍ଣ ହୋଇଛି | ଗ୍ରୁପ୍-ବିରେ କଟକ- ବି ଏବଂ ଭୁବନେଶ୍ୱର-ଜୁନିଅର ବାଳକ ଦଳ ଇଭେଣ୍ଟରେ ସେମି ଫାଇନାଲକୁ ଉତିଣ୍ଣ ହୋଇଛି।  ଟୁର୍ଣ୍ଣାମେଣ୍ଟର ରେଫରି: ଆର କୃଷ୍ଣ କୁମାର, ଡି ରେଫରି: ସୁଜିତ ରାଇ ଆସଷ୍ଟ ରେଫରି: ତପନ ଖା ଏବଂ କେଏସଏନ ମୁର୍ଟି, ଅମ୍ପାୟାର: ଜିବାନ ବଲାଭ ସାମଲ, କେଭିପି ରାମା ରାଓ, ଚିନ୍ନା ରାଓ ଏହି ଟୁର୍ନାମେଣ୍ଟ ପରିଚାଳନା କରିଥିଲେ।

ଏହି ଉଦଘାଟନୀ ଉତ୍ସବରେ ଅନୁଗୋଳ ବିଧାୟକ ତଥା ଓଡିଶା ବିଧାନ ସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,  ଉପଜିଲ୍ଲାପାଳ ବୈରୁରା ଦୀପ,ଜିଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା, ଓଡିଶା ରାଜ୍ୟ ଟେବୁଲ ଟେନିସର ସମ୍ପାଦକ ରବୀନ୍ଦ୍ର ପରିଡା ଓ ଜିଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସେଠଙ୍କ ସମେତ ଅନେକ ଅଧିକାରୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *