ଜାତୀୟ ଊଷୁ ପ୍ରତିଯୋଗିତାରେ ଚମକିଲେ ଅନୁଗୋଳ ର ଦିବ୍ୟ ମୋହନ ..

ଅନୁଗୋଳ : ଫେବୃଆରୀ 25 ରୁ ଚଳିତ  2 ତାରିଖ ପର୍ଯ୍ୟନ୍ତ ପଞ୍ଜାବର ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା 29 ତମ ଜାତୀୟ ସିନିଅର ଉଷୁ ଚାମ୍ପିୟନସିପରେ  ଅନୁଗୋଳ ର ଦିବ୍ୟ ମୋହନ ପ୍ରଧାନ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।ଦିବ୍ୟ ମୋହନ ପ୍ରଧାନ ଜିୱାଙ୍ଗଇକ୍ବାନ ଇଭେଣ୍ଟରେ ଅଂଶ ଗ୍ରହଣ କରିଥିବାବେଳେ ତାଙ୍କୁ ସମୁଦାୟ ୮ ପଏଣ୍ଟ ମିଳିଥିଲା। ଊତ୍ତଚର ପ୍ରଦେଶର ସିଲଭର ବିଜେତାଙ୍କୁ 7.70 ପଏଣ୍ଟ ମିଳିଥିବାବେଳେ ରାଜସ୍ଥାନର ବ୍ରୋଞ୍ଚ ବିଜେତାଙ୍କୁ 7.30 ପଏଣ୍ଟ ମିଳିଛି । ଟୁର୍ନାମେଣ୍ଟରେ ୨୮ ଟି ରାଜ୍ୟର ତେୟାଳିଶଟି ଦଳ ଅଶଂ ଗ୍ରହଣ କରିଥିଲା ବେଳେ ଏକ ହଜାରରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ। ଦୀବ୍ୟ ମୋହନ ପୁରୁଷ ବର୍ଗର ଜି ଆଙ୍ଗଇକ୍ବାନ ବେୟାର ହ୍ୟାଣ୍ଡ କାଟେଗୋରୀରେ ଖେଳିଥିଲେ । ଦିବ୍ୟଙ୍କର ଏହି ସଫଳତା ପାଇଁ ଅନ୍ତର୍ଜାତୀୟ ଜଜ ପ୍ରଦୁମ୍ନ  ବେହେରା , କୋଚ ପଙ୍କଜ ମହନ୍ତ ଓ ଅନୁରାଧା ଦୋରା  ସମେତ ଓଡିଶା ଉସଃ ଆସୋସିଏସନ ସଭାପତି ଏସ ଏସ ହରି ଚନ୍ଦନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଦିବ୍ୟ ମୋହନ ଙ୍କ ଘର ଅନୁଗୋଳ ଜିଲା ର କଣିହାଁବ୍ଲକ ତେଲିଶିଙ୍ଗା ଗାଁ ରେ । ଅନୁଗୋଳ ର ଜଣାଶୁଣା ସାମ୍ବାଦିକ ଜଗଦା ନନ୍ଦ ପ୍ରଧାନ ଙ୍କ ଏକମାତ୍ର ପୁଅ ହେଉଛନ୍ତି ଦିବ୍ୟ ମୋହନ ।

ପାଞ୍ଚବର୍ଷ  ବୟସ ରୁ ଦିବ୍ୟ ମାର୍ଶାଲ ଆର୍ଟରେ ଯୋଗ ଦେଇଥିଲେ। । ଦିବ୍ୟ ପିଲାଟି ବେଳୁ  ମଣିପୁର ଇମ୍ଫାଲଠାରେ ପ୍ରାଯ ଦଶ  ବର୍ଷରୁ ଉର୍ଧ ସମୟ ଧରି ସାଇ କ୍ରୀଡାବାସ ରେ ତାଲିମ ନେଉଥିଲେ ।ଏବେ ସେ ପଞ୍ଜାବର ପଟିଆଲାଠାରେ ଉଷୁ ତାଲିମ ନେଉଛନ୍ତି। ସେ  ଜଣେ ପେଷାଦାର କ୍ରୀଡାବିତ । ଉଷୁ କୁ ନିଜର କ୍ୟାରିୟର ଭାବେ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *