କଥା ରଖିଲେ ନବୀନ । ୩ ଟ୍ୟାଙ୍କର ରେ ଗଲା ମେଡିକାଲ ଅକ୍ସିଜେନ ।

ସାରା ଦେଶରେ ଯେତେବେଳେ ମେଡ଼ିକାଲ  ଅକ୍ସୀଜେନ ର ଅଭାବ ସୃଷ୍ଟି  ହୋଇଛି ସେତେବେଳେ  ଦେଶକୁ ଅକ୍ସୀଜେନ ଯୋଗାଇବା ପାଇଁ ଆଗେଇ ଆସିଛି ଓଡ଼ିଶା। ଆଉ ଏହି ଅକ୍ସୀଜେନ ଯୋଗାଣ ରେ ଅଗରେ ରହିଛି ଅନୁଗୋଳ ଜିଲ୍ଲା । ଗତକାଲି ବିଳମ୍ବିତ ରାତିରେ ମେଡିକାଲ୍ ଅକ୍ସିଜେନର ଭର୍ତ୍ତି ଏକ ଟ୍ୟାଙ୍କର ବିଶାଖାପାଟଣା ପଠାଯାଇଛି। ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ ପକ୍ଷରୁ ଏହି ଅକ୍ସୀଜେନ ଯୋଗାଇଆ ଦିଆଯାଇଛି। ସେହିପରି ଆଜି ସକାଳୁ  କଡ଼ା ସୁରକ୍ଷା ମଧ୍ୟରେ ଡୁବୁରୀ ଠାରେ ଥିବା ଟାଟା ଷ୍ଟିଲ କାରଖାନା ପକ୍ଷରୁ  ପ୍ରଥମ ପର୍ଯ୍ୟାୟରେ ୨ଟି ଗାଡ଼ିକୁ  ମହାରାଷ୍ଟ୍ରର ପୁନେ ଓ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ମଧ୍ୟ ପଠାଯାଇଛି।

ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରୁ ଏକ ସ୍ଵତନ୍ତ୍ର ଗାଡିରେ ପ୍ରାୟ ୨୨ ଟନ ଅକ୍ସିଜେନ ବିଶାଖାପାଟଣା ପଠା ଯାଇଛି । ଗାଡି ଯିବା ପାଇଁ ପୁଲିସ ପକ୍ଷରୁ ଏକ ଗ୍ରୀନ କରିଡର କରାଯାଇଛି । ଅନୁଗୋଳ ଏସ ପି ଜଗମୋହନ ମିନା ଓ ପୁରା ପୋଲିସ ଟିମ ଏହି  ଏହି ଅକ୍ସୀଜେନ କିଭଳି  ବିଶାଖାପାଟଣା ରେ ପହଞ୍ଚିବ ତାର  ତଦାରଖ କରିଥିଲେ। ଦୁଇଟି ପୋଲିସ ପାଟ୍ରୋଲିଂ ଗାଡି ଗାଡି ଟିକି ପାଇଲଟିଂ କରି ବିଶାଖାପାଟଣା ଅଭିମୁଖେ ନେଇଛନ୍ତି। ଏଥିପାଇଁ ସବୁ ଛକ ନିକଟରେ ପୁଲିସ ମୃତୟନ କରା ଯିବା ଅନୁଗୋଳ ପୁଲିସର  ଟିମ ଓଡିଶା ବୋର୍ଡର ପର୍ଯ୍ୟନ୍ତ ଏହି ଗାଡି କୁ ଏସକଟ ରେ ଛାଡିବ ବୋଲି ଏସ.ପି. ଜଗମୋହନ ମୀନା କହିଛନ୍ତି।

ସେହିପରି କଳିଙ୍ଗନଗରୁ ଯାଉଥିବା ଅକ୍ସିଜେନ ଯାଜପୁର ଏସପି ରାହୁଲ ପିଆରଙ୍କ ନେତୃତ୍ବରେ ପୁଲିସ ବାହିନୀର କଡ଼ା ସୁରକ୍ଷା ମଧ୍ୟରେ କିପରି ରାଜ୍ୟ ସୀମା ପର୍ଯ୍ୟନ୍ତ ଅକ୍ସିଜେନକୁ ପହଞ୍ଚା ଯାଇପାରିବ ସେ ନେଇ ପ୍ରସ୍ତୁତି କରାଯାଇଛି। 

Leave a Reply

Your email address will not be published. Required fields are marked *