ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରୁ ଖୋଲିଲା ଆଉ ଦୁଇ ଗେଟ୍‌, ମୋର୍ଟ ୩୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ଏହା ଫଳରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟପଟେ ଗତ ୪ ଦିନ ଧରି ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି। ଶୁକ୍ରବାର ଜଳ ପ୍ରବେଶ ୪ ଲକ୍ଷ କ୍ୟୁସେକ୍ ଛୁଇଁଥିବା ବେଳେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଗେଟ୍‌ ଖୋଲିବା ଆରମ୍ଭ ହୋଇଛି। ଗତକାଲି ଠାରୁ ମୋଟ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିବା ବେଳେ ଆଜି ସକାଳେ ୪ଟି ଗେଟ୍‌ ଖୋଲିଥିଲା । ତେବେ ବର୍ତ୍ତମାନ ଆଉ ୨ଟି ଗେଟ୍‌ ଖୋଲିବା ଫଳରେ ମୋଟ ୩୦ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି । ବାମ ପଟରେ ୨୦ଟି ଏବଂ ଡାହାଣ ପଟରେ ୮ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି।

ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ମହାନଦୀରେ ବନ୍ୟାଜଳ ଆସିଛି। ତେବେ ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୭ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୬୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୫ ଲକ୍ଷ କ୍ୟୁସେକ ଜଳ ।

Leave a Reply

Your email address will not be published. Required fields are marked *