ଅନୁଗୋଳ :ହୋଲିରେ ଅଘଟଣ ।ଅନୁଗୋଳ ଜିଲାର ଭିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 50 ରୁ ଆହତ ହୋଇଛନ୍ତି ।ଦିନ ତତାମା ପ୍ରାୟ 37 ଟି ଦୁର୍ଘଟଣା ଘଟି 50 ରୁ ଅଧିକ ଲୋକ ଆହତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ 7 ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଜିଲା ମୁଖ୍ୟ ହସ୍ପିଟାଲ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଜିଲାର ଆହୁରି ଅଧିକ ଦୁର୍ଘଟଣା ଘଟିଛି ।ତେବେ ଯେଉଁ ମାନେ ଗୁରୁତର ଭାବେ ଆହତ ହୋଇଛନ୍ତି ସେମାନେ ମୁଖ୍ୟ ଚିକିତ୍ସାଳୟର ଆସିଛନ୍ତି।ଅନ୍ୟମାନେ ଜିଲାର ଅନ୍ୟ ଚିକିତ୍ସା ଲୟରେ ଚିକିତ୍ସିତ ହେଉଛନ୍ତି। ମୃତକ ମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳି ନାହିଁ। ତେବେ ଅଧିକାଂଶ ଦୁର୍ଘଟଣା ମଟର ସାଇକେଲ ଓ ମଟର ସାଇକେଲ ମଧ୍ୟରେ ହୋଇଥିବା ଜଣାପଡିଛି
ଅନୁଗୋଳରେ ଗୋଟିଏ ଦିନରେ ୩୭ ଦୁର୍ଘଟଣା ୫୦ରୁ ଅଧିକ ଆହତ,ଦୁଇ ମୃତ.
