ରାଜ୍ୟ ସ୍ତରୀୟ ରେଫରୀ ପ୍ରଶିକ୍ଷଣ ଶିବିରରେ ଅନୁଗୋଳ ଜିଲ୍ଲାରୁ ୩ ବିଚାରକ

ଅନୁଗୋଳ : ଚଳିତ ମାସ ୮/୧୨/୨୪ରିଖ ଦିନ ରାଜ୍ୟ ସ୍ତରୀୟ ରେଫରୀ ପ୍ରଶିକ୍ଷଣ ଶିବିର ଜାତୀୟ ତାଇକଣ୍ଡୋ ଆସୋସିଏସନ୍ ଓଡିଶାର ସପାଂଦକ ରବି ନାରାୟଣ ପାଣିଗ୍ରାହୀ ଙ୍କ ତତ୍ବାବଧାନରେ ଭଦ୍ରକ ଜିଲ୍ଲା ଚରମ୍ପା ସ୍ଥିତ ହୋଟେଲ୍ ମୁନ୍ ଲାଇଟ୍ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି।ଉକ୍ତ ରେଫରୀ ପ୍ରଶିକ୍ଷଣ ଶିବିରରେ T.F.Iଯୁଗ୍ମ ସପାଂଦକ ଶ୍ରୀ ରୁପକମଳ ନନ୍ଦି ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେବେ। ଉକ୍ତ ବିଚାରକ ମାନେ ୨୧ ତମ ରାଜ୍ୟ ସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତା ହେବାକୁ ଥିବା ଭଦ୍ରକ ଠାରେ ବିଚାରକ ଭାବେ ଯୋଗ ଦେଇ ପ୍ରତିଯୋଗିତା କୁ ସାଫଲ୍ୟ ମଣ୍ଡିତ କରିବେ। ଏହି ପ୍ରଶିକ୍ଷଣ ଶିବିରରେ ଅନୁଗୋଳ ଜିଲ୍ଲା ତାଇକଣ୍ଡୋ ସଂଘ ପ୍ରତିଷ୍ଠାତା ଓ ସଂପାଦକ ଦୁଷ୍ୟନ୍ତ କୁମାର ନାଥ ଙ୍କ ତତ୍ବାବଧାନରେ ୧ବାଳିକା ଓ୨ଜଣ ବାଳକ ଉକ୍ତ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିବେ। ବିଚାରକ ମାନେ ହେଲେ ଶ୍ରଦ୍ଦାଞୀଳି ସ୍ଵାଇଁ, ମୁକେଶ୍ କୁମାର ବେହେରା, କେ ସାଇ ଆଦିତ୍ୟ ଉକ୍ତ ବିଚାରକ ମାନଙ୍କୁ ଅନୁଗୋଳ ଜୁଡୋ ସଂଘ ର ସଂପାଦକ ସୁଧାଂଶୁ ଶେଖର ପଣ୍ଡା ଅନୁଗୋଳ ତାଇକଣ୍ଡୋ ଆସୋସିଏସନ୍ ଅନୁଗୋଳ ସଭାପତି ନୀଳମଣି ରାଉତ ଉପ ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ , ପର୍ଶୁରାମ ଦାଶ ଉପଦେଷ୍ଟା ଓ ଆଇନଜୀବୀ ପ୍ରଦୀପ କୁମାର ଦେବତା ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *