ଖୋଲିଲା ହୀରାକୁଦର ଆଉ ୪ ଗେଟ୍ , ମୋଟ ୧୪ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସିତ

ସମ୍ବଲପୁର: ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏଥିସହ ଆଉ ୪ଟି ଗେଟ ଖୋଲାଯାଇଛି।  ବର୍ତ୍ତମାନ ହୀରାକୁଦର ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୪୯ ହଜାର ୧୬୭ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି। ସେହପରି ପ୍ରତି ସେକେଣ୍ଡରେ ୨ ଲକ୍ଷ ୭ ହଜାର ୭୬୯ ଘନଫୁଟ ଜଳ ନିଷ୍କାସିତ ହେଉଛି। ତେବେ ବନ୍ୟାର ପରିସ୍ଥିତି ନ ଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୬୯ ଫୁଟରେ ପହଞ୍ଚିଛି

Leave a Reply

Your email address will not be published. Required fields are marked *