୪ର୍ଥ ଏସୀୟ ଯୁବ ଆଥ୍‍ଲେଟିକ୍ସ ଚମ୍ପିଆନ୍‍ସିପ୍: ରୌପ୍ୟ ପଦକ ହାସଲ କଲେ ସବିତା ଟପ୍ପୋ

ସ୍ଵର ବ୍ୟୁରୋ: କୁଏତରେ ଅନୁଷ୍ଠିତ ଏସୀୟ ଯୁବ ଆଥଲେଟିକ୍ସ ଚମ୍ପିଆନ୍‍ସିପରେ ଭାରତ ପାଇଁ ପଦକ ଜିତିଛନ୍ତି ଓଡିଶାର ସବିତା ଟପ୍ପୋ । ଓଡ଼ିଶାର ୧୭ ବର୍ଷ ବୟସ୍କା ୧୦୦ ମିଟର ସ୍ପ୍ରିଣ୍ଟ ହର୍ଡଲର ସବିତା ଟପ୍ପୋ କୁଏତରେ ଅନୁଷ୍ଠିତ ଏସୀୟ ଯୁବ ଆଥଲେଟିକ୍ସ ଚମ୍ପିଆନ୍‍ସିପରେ ପ୍ରଭାବୀ ୧୪.୧୭ ସେକେଣ୍ଡ ପ୍ରଦର୍ଶନ ସହିତ ରୌପ୍ୟ ପଦକ ଏବଂ ଭୋପାଳରେ ଜାତୀୟ ଯୁବ (୧୮ବର୍ଷରୁ କମ୍‍) ୧୦୦ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

Advertisement

ଓଡ଼ିଶାର ସୁନ୍ଦରଗଡ ଜିଲାରୁ ଆସିଥିବା ଏବଂ ପରିବାରର ଛଅ ସନ୍ତାନ ସନ୍ତତିଙ୍କ ମଧ୍ୟରେ ସର୍ବକନିଷ୍ଠା ଥିବା ସବିତା ୨୦୧୯ରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍‍ପିସିରେ ଯୋଗଦେଇଥିଲେ ଏବଂ ତାହା ତାଙ୍କ ଜୀବନରେ ରୂପାନ୍ତରଣକାରୀ ପରିବର୍ତ୍ତନ ଆଣିଥିଲା । ତାଙ୍କ ସମୟରେ (ଟାଇମିଂ) ସେବେଠାରୁ ଦୁଇ ସେକେଣ୍ଡ ଉନ୍ନତି ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ ସବିତାଙ୍କୁ ତାଙ୍କର ପ୍ରଦର୍ଶନ ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି ।

ଟ୍ବିଟ‌ରେ ଲେଖାଯାଇଛି ଯେ, ଓଡ଼ିଶା ଆଥଲେଟ୍‍ ସବିତା ଟପ୍ପୋ ୪ର୍ଥ ଏସୀୟ ଯୁବ ଆଥଲେଟିକ୍ସ ଚମ୍ପିଆନ୍‍ସିପରେ କୁଏତଠାରେ ୧୪.୧୭ ସେକେଣ୍ଡ ଟାଇମିଂ ସହିତ ରୌପ୍ୟ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଉଛି । ସେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବା ଜାରି ରଖନ୍ତୁ ବୋଲି ମୁଁ ଶୁଭକାମନା କରୁଛି । ଭବିଷ୍ୟତରେ ତାଙ୍କର ସମସ୍ତ ପ୍ରୟାସରେ ତାଙ୍କର ସର୍ବୋତ୍ତମ ସଫଳତା କାମନା କରୁଛି ।  

Leave a Reply

Your email address will not be published. Required fields are marked *