WTC ଫାଇନାଲ:ବର୍ଷା ପାଇଁ ବିଳମ୍ବରେ ପଞ୍ଚମ ଦିନ ଖେଳ ଆରମ୍ଭ,ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି.

ସାଉଥାମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ବର୍ଷା ବାଧକ ସାଜିଛି । ଖେଳ ଆରମ୍ଭରୁ ଲାଗି ରହିଛି ବର୍ଷା । ଭାରତ ତାର ପ୍ରଥମ ଇଂନିସ ଖେଳ ଶେଷ କରିଥିବା ବେଳେ ନ୍ୟୁଜିଲାଣ୍ଡ ତାର ପ୍ରଥମ ଇଂନିସ ଅଧା ରଖିଛି । ରିପୋର୍ଟ ଲେଖାଯିବା ବେଳକୁ ନ୍ୟୁଜିଲାଣ୍ଡ ବ୍ୟାଟିଂ ଜାରି ରଖିଛି । ଟିମ୍ ୨ଟି ୱିକେଟ ହରାଇ ୧୦୨ ରନ୍ ସଂଗ୍ରହ କରିଛି । ଫଳରେ ଭାରତ ଠାରୁ ୧୧୫ ରନ୍ ପଛରେ ରହିଛି । ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଉ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ଟିମ ଇଣ୍ଡିଆ ପ୍ରଥମ ଇଂନିସରେ ୨୧୭ ରନ କରିଥିଲା । ସେହିପରି ନ୍ୟୁଜିଲାଣ୍ଡ ୨ ୱିକେଟ ହରାଇ ୧୦୧ ରନ କରିଥିବା ବେଳେ ଆଜି ଖବର ଲେଖା ହେବା ପର୍ଯ୍ଯନ୍ତ  ଦୁଇଟି ୱିକେଟ ହରାଇ  ୧୧୭ ରଣ ସଂଗ୍ରହ କରିଛି ନ୍ୟୁଜିଲାଣ୍ଡ

Leave a Reply

Your email address will not be published. Required fields are marked *