ବାତ୍ୟା ୟଶ ମୁକାବିଲା: ୫ ଜିଲ୍ଲା ପାଇଁ ୫ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ .

ଭୁବନେଶ୍ୱର: ବାତ୍ୟା ୟଶ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି। ସବୁ ପ୍ରକାର ଆଗୁଆ ପଦକ୍ଷେପ ନେଇଛନ୍ତି।  ପ୍ରଭାବିତ ଆଶଙ୍କା ଥିବା ୫ଟି ଜିଲ୍ଲାରେ ମୁକାବିଲା ପାଇଁ ୫ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର। କେନ୍ଦ୍ରାପଡା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା ଦାୟିତ୍ୱରେ ରହିବେ ଶାଶ୍ୱତ ମିଶ୍ର । ସେହିପରି ଭଦ୍ରକ ପାଇଁ ଭିଭି ଯାଦବ, ବାଲେଶ୍ୱର ଜିଲ୍ଲା ପାଇଁ ବିଶାଲ ଦେବ ଓ ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱରେ ରହିବେ ସୁରେଶ ବଶିଷ୍ଟ ।

Leave a Reply

Your email address will not be published. Required fields are marked *