ସମ୍ବାଦ ସରବରାହ ସଂସ୍ଥା ANI କୁ ପ୍ରଥମ ସାକ୍ଷାତକାର ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦେଖନ୍ତୁ ପୁରା ଭିଡିଓ।

ଭୁବନେଶ୍ବର: ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ପ୍ରଥମ ସାକ୍ଷାତକାର ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଏନଆଇ ମୁଖ୍ୟ ସ୍ମିତା ପ୍ରକାଶଙ୍କ ସହ ସାକ୍ଷାତକାରରେ ବ୍ୟୁରୋକ୍ରାଟରୁ ବିଜେଡି ନେତା ହେବାର ଯାତ୍ରା ଓ ଅନୁଭୁତିକୁ ବଖାଣିଛନ୍ତି । ଲୋକଙ୍କ ସେବା ପାଇଁ ଡାକିଲା ଅନ୍ତରାତ୍ମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଜିଲେ ମୁଖ୍ୟ ପ୍ରେରଣା । ବିନା ବାଧାରେ ଲୋକଙ୍କ ପାଖକୁ ଯିବା ପାଇଁ ପ୍ରଶାସନିକ ପଦ ଛାଡିଥିବା ଏଏନଆଇକୁ ପ୍ରଥମ ସାକ୍ଷାତକାରରେ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଏକ ଦଶନ୍ଧୀରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିବାରୁ ତାଙ୍କ ଦ୍ବାରା ସେ ଅନୁପ୍ରାଣିତ ହୋଇଛନ୍ତି । ୧୯୯୯ ସୁପର ସାଇକ୍ଲୋନ୍ ଓଡ଼ିଶାକୁ ବିପର୍ଯ୍ୟସ୍ତ କରିଥିଲା । ଚ୍ୟାଲେଞ୍ଜ ନେଇ କାମ କରିବା ପାଇଁ ପଞ୍ଜାବ କ୍ୟାଡର ଛାଡ଼ି ଓଡିଶାକୁ ଆସିଥିଲେ । ସ୍ବାଧୀନ ଭାବେ କାମ କରିବାକୁ ସୁଯୋଗ ମିଳିଥିଲା । ୨୦୦୩ରେ କଳାହାଣ୍ଡି ଉପଜିଲ୍ଲାପାଳ ଥିବା ବେଳେ ନବୀନଙ୍କ ସହ ପ୍ରଥମ ଦେଖା ହୋଇଥିଲା । ପ୍ରଥମ ଦେଖାରେ ପ୍ରଶଂସା କରିଥିଲେ ନବୀନ । କଳାହାଣ୍ଡିର ଚେହେରା ବଦଳିଛି । ମରୁଡ଼ି ଅଞ୍ଚଳର ବ୍ୟାପକ ରୂପାନ୍ତରଣ କରାଯାଇଛି । ଗ୍ରେରୁ ଗ୍ରୀନ୍ ଏରିଆ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୦୦ରେ ଖାଦ୍ୟ ନିଅଣ୍ଟ ରାଜ୍ୟ ଥିବା ଓଡ଼ିଶା ୧୧ ବର୍ଷରେ ଖାଦ୍ୟ ବଳକା ରାଜ୍ୟ ହୋଇଛି । ଲୋକଙ୍କ ପାଇଁ କାମ କରି ପ୍ରୋ ଇନକମ୍ବାନ୍ସି ପାଇଛନ୍ତି ନବୀନ । ସବୁ ନିର୍ବାଚନରେ ବଢୁଛି ଭୋଟ୍ ହାର ବୋଲି କହିଛନ୍ତି କାର୍ତ୍ତିକ

Leave a Reply

Your email address will not be published. Required fields are marked *