କୋରାପୁଟ ଓ ନବରଙ୍ଗପୁର,ଜିଲାରେ ୫ଟି ସଚିବ ଓ ମୁଖ୍ୟ ଶାସନ ସଚିବ ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା।

କୋରାପୁଟ: ରାଜ୍ୟ ସରକାରଙ୍କ ଫୋକସରେ ଉପାନ୍ତର ଉନ୍ନତି । ସରକାରଙ୍କ ଯୋଜନା ଆଧାରରେ କେତେ ଆଗେଇଛି କାମ, ଏସବୁ ତଦାରଖ କରିବାକୁ ଆଜି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିକାଶ କେତେ ବାଟ ଆଗେଇଛି, ସେନେଇ ଉଭୟ ସମୀକ୍ଷା କରୁଛନ୍ତି ।

ପ୍ରଥମେ ନବରଙ୍ଗପୁର ଜିଲ୍ଲାରେ ଏକ ମେଗା ଲିଫ୍‌ଟ ଇରିଗେସନ ପ୍ରକଳ୍ପର କାର୍ଯ୍ଯ ଅଗ୍ରଗତିର ତଦାରଖ କରିଛନ୍ତି । ଏହା ସହିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନିର୍ମାଣାଧୀନ ଅକ୍ସିଜେନ୍ ପ୍ଲାଣ୍ଟର ତଦାରଖ କରିଛନ୍ତି । ଏହାସହ ନବରଙ୍ଗପୁର ଜିଲ୍ଲାର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟ RCD HIGH SCHOOL କ୍ଲାସ ବିଷୟରେ ତଦାରଖ କରିଛନ୍ତି । ଏହା ପରେ ୫ଟି ସଚିବ ଭି.କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାରେ ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲର ନିର୍ମାଣ କାର୍ଯ୍ଯ ଅନୁଧ୍ୟାନ କରିଛନ୍ତି  

Leave a Reply

Your email address will not be published. Required fields are marked *