ଜୋରନ୍ଦା ରେ 5ଟି ସଚିବ,କହିଲେ ଦେଶ ଓ ରାଜ୍ୟର ମହିମା ଗାଦି ସମୂହର ହେବ ଊର୍ଣ୍ଣତି କରଣ।

ଢେଙ୍କାନାଳ : ଢେଙ୍କାନାଳ ଗଁଦିଆ ବ୍ଲକର ଯୋରନ୍ଦା ମହିମାଗାଦିରେ ୫ଟି ସଚିବ ଭି.କେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ପରେ ଆଜି ଯୋରନ୍ଦା ଗସ୍ତ କରି ମହିମା ଧର୍ମପୀଠର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନସ୍ଥଳି ଗୁଡିକର ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କେବଳ ୧୦ କୋଟି ଟଙ୍କା ବ୍ୟୟରେ ମହିମାଗାଦୀ ଯୋରନ୍ଦା ପୀଠର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।

ଯୋରନ୍ଦା ସ୍ଥିତ ହାଇସ୍କୁଲ ଖେଳ ପଡିଆରେ ହେଲିପ୍ୟାଡରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଯୋରନ୍ଦା ହାଇସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବା ପରେ ପାନ୍ଥନିବାସ ଯାଇ ଅପେକ୍ଷାରତ ଜନପ୍ରତିନିଧିଙ୍କୁ ଭେଟିଥିଲେ। ସେଠାରୁ ଧୂନି ମନ୍ଦିର ଯାଇ ପରିଦର୍ଶନ କରିବା ପରେ ଗାଦି ମନ୍ଦିର ଯାଇ ବକଳଧାରୀଙ୍କୁ ସାକ୍ଷାତ କରିଥିଲେ। ଏହାପରେ ସମ୍ବୋଧନ ମଞ୍ଚରେ ୫ଟି ସଚିବ ଭି.କେ ପାଣ୍ଡିଆନ ଯୋରନ୍ଦା ମହିମା ଧର୍ମପୀଠର ବିକାଶ ପାଇଁ ସରକାରୀ ସହଯୋଗ କରିଛନ୍ତି, ଆଗକୁ ଆଉ ଯାହାବି ଆବଶ୍ୟକ ସରକାର ସବୁ ପୂରଣ କରିବେ ବୋଲି ପ୍ରତିଶ୍ରୂତି ଦେଇଛନ୍ତି।

ଏଥି ସହିତ ଦେଶ ଓ ରାଜ୍ୟର ଯେଉଁଠି ବି ମହିମା ଗାଦି ଅଛି, ସେସବୁର ବିକାଶ କରାଯିବ । ଏଥିପାଇଁ ପ୍ରସ୍ତାବ ଦେବାକୁ ୫ଟି ସଚିବ ଭି.କେ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି । ରାଜ୍ୟରେ ଆଉ କେଉଁଠି ସବୁ ମହିମା ଗାଦି ଅବହେଳିତ ଅବସ୍ଥାରେ ରହିଛି,ସେନେଇ ସରକାରଙ୍କୁ ଅବଗତ କରିବାକୁ କହିଛନ୍ତି। ମହିମାଗାଦିର ସମ୍ବୋଧନ ମଞ୍ଚରେ ୫ଟି ସଚିବ ଭି.କେ ପାଣ୍ଡିଆନ କହିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିମା ଧର୍ମକୁ ଖୁବ ସମ୍ମାନ ଦିଅନ୍ତି । ନବୀନ ନିବାସରେ ଏକ ତାଳପତ୍ର ପଙ୍ଖା ରହିଛି । ପଙ୍ଖା ବିଷୟରେ କେହି ପଚାରିଲେ ମୁଖ୍ୟମନ୍ତ୍ରୀ ମହିମା ଧର୍ମ ବିଷୟରେ କୁହନ୍ତି । ମହିମା ଗୋଷାଇଁ ଓ ତାଙ୍କ ଅନୁଗାମୀ ଭୀମ ଭୋଇଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନ ଦିଅନ୍ତି । ଦିବ୍ୟାଙ୍ଗଙ୍କ କଲ୍ୟାଣ ଦିଗରେ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଦିବ୍ୟାଙ୍ଗଙ୍କ ପାଇଁ ତାଙ୍କର ସମ୍ମାନ ରହିଛି ଏବଂ ଯେହେତୁ ଭୀମଭୋଇ ଜଣେ ମହିମା ଧର୍ମୀ ଥିଲେ ତେଣୁ ତାଙ୍କ ନାଁରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରାଯାଉଛି । କେବଳ ସେତିକି ନୁହେଁ, କାଲୁରିଆ- ଗୋରଡ଼ିଆକୁ ସଂଯୋଗ କରୁଥିବା ସେତୁର ନାମ ମହିମା ସେତୁ ଭାବେ ନାମିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନଯୋଗ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋରନ୍ଦା ମହିମାଗାଦିର ଉନ୍ନତିକରଣ ପାଇଁ ୧୦ କୋଟି ମଞ୍ଜୁର କରାଯାଇଛି। ପୀଠରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ରାସ୍ତାଘାଟ, ଉନ୍ନତମାନର ଶୌଚାଳୟ, ପାର୍କ, ପୋଖରୀ ଗୁଡିକର ପୁନଃରୁଦ୍ଧାର ପାଇଁ କାର୍ଯ୍ୟ ଜାରି ରହିଛି । ବିଶ୍ରାମସ୍ଥଳୀ, ବଡ ମଠ, ଆଶ୍ରମ ଓ ମନ୍ଦିର ଗୁଡିକ ଚିହ୍ନଟ ପାଇଁ ସାଇନେଜ୍ ବ୍ୟବସ୍ଥା ଏବଂ ସମଗ୍ର ପୀଠକୁ ଆଲୋକିକରଣ କରାଯାଉଛି । ଏସମସ୍ତ କାର୍ଯ୍ୟର ତଦାରଖ କରିବା ସହ ବକଳଧାରୀ ଓ କୌପିନଧାରୀ ମହିମା ସନ୍ୟାସୀଙ୍କ ସହିତ ଏକାଠି ମିଶି ପ୍ରସାଦ ସେବନ କରିଛନ୍ତି ୫ଟି ସଚିବ। ରାଜ୍ୟ ସରକାର ଯୋରନ୍ଦାକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରୟାସ ଜାରି ରଖିଥିବାରୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ଉଭୟ ଗୋଷ୍ଠୀର ସାଧୁ ସନ୍ୟାସୀ ।

Leave a Reply

Your email address will not be published. Required fields are marked *