ଅନୁଗୋଳ: ଅଙ୍ଗନବାଡି କର୍ମୀ ମହାସଂଘ ଅନୁଗୁଳ ଜିଲା ଶାଖା ପକ୍ଷରୁ ୮ଦଫା ଦାବି ନେଇ 6ଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆ ଯାଇଛି। ଆଜି ଅଖିଳ ଭାରତୀୟ ଅଙ୍ଗନବାଡି ମହାସଂଘର ସଂଗଠନ ମନ୍ତ୍ରୀ ଅଞ୍ଜଳି ପଟେଲଙ୍କ ନେତୃତ୍ବରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୫ ଶହରୁ ଅଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ଧାରଣାରେ ବସିଥିଲେ। ଗତ ୨୧ତାରିଖରୁ ମହାସଂଘ ଯେଉଁ ୮ଦଫା ଦାବି ନେଇ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସେ ଦିନରୁ ରାଜ୍ୟ ସାରା ଜିଲାପାଳ ମାନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଚାଲିଛି। ସରକାର ସେମାନଙ୍କ ଦାବି ପୂରଣ ନକଲେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ସଂଘ ଚେତାବନୀ ଦେଇଛି।
ଅଙ୍ଗନବାଡି କର୍ମୀ ମାନଙ୍କ ଅଭିଯୋଗ ସରକାର ଦେଉଥିବା ଦରମା ମୁତାବକ ସେମାନଙ୍କୁ ଅଧିକ ଖଟାଉଛନ୍ତି କିନ୍ତୁ ସେମାନଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ମିଳୁନାହିଁ । ଯେ ପର୍ଯ୍ୟନ୍ତ ସେମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ନ ମିଳିଛି ସେ ପର୍ଯ୍ୟନ୍ତ ଧାରଣା କରିବେ ବୋଲି ଧମକ ଦେଇଛନ୍ତି ।
ସେହାସହ ସେମାନେ ଦାବି କରିଛନ୍ତି ୨୦୧୮ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ଅଙ୍ଗନୱାଡ଼ି କର୍ମୀ କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ । ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ପ୍ରଦାନ କରାଯାଉ, ଯେତେଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଇନାହିଁ ସେତେଦିନ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ 18 ହଜାର ଓ ସହାୟିକା ମାନଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯିବା ସହିତ EPF,ESIC ଓ Gratulty ରେ ସାମିଲ କରାଯାଉ |
ମିନି ଅଙ୍ଗନୱାଡ଼ି ଉଚ୍ଛେଦ କରି ମିନି ଅଙ୍ଗନୱାଡ଼ି କର୍ମୀ କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀ ର ମାନ୍ୟତା ପ୍ରଦାନ କରାଯାଉ । ଅଙ୍ଗନୱାଡ଼ି କର୍ମଚାରୀ ,ମିନି ଅଙ୍ଗନବାଡ଼ି କର୍ମଚାରୀ ଓ ସହାୟିକା ଙ୍କୁ ଅବସର କାଳୀନ ସହାୟତା ରାଶି 5 ଲକ୍ଷ ଟଙ୍କା ଓ ପେନସନ ମାସିକ ୨ ହଜାର ଟଙ୍କା ପ୍ରଦାନ କରାଯାଉ । କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନବାଡ଼ି କର୍ମଚାରୀ ମାନଙ୍କୁ ମୃତ୍ୟୁ କାଳିନ ସହାୟତା ରାଶି 5 ଲକ୍ଷ ଟଙ୍କା ଦେବା ସହିତ ପରିବାରରୁ ଜଣଙ୍କୁ ଚାକିରୀ ଦିଆଯାଉ । ଗାଁ କଲ୍ୟାଣ ସମିତିରୁ ଅଙ୍ଗ ନ୍ୟାଡ଼ି କର୍ମଚାରୀଙ୍କୁ ବାଦ ଦିଆଯାଉ ଓ ପୋଷଣ ଛାକରରେ ଅନଲାଇନ ଲୋକେସନ କୁ ବନ୍ଦ କରାଯିବା ସହିତ ୨୦୧୮ ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶ କୁ ଲାଗୁ କରାଯାଉ । ଓ 50 % ଅଙ୍ଗନୱାଡ଼ି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ଆଉ 50 % ସ୍ନାତକ ଓ ତଦୁର୍ଗ ଅଙ୍ଗନୱାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯାଉ |