ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ କୋଭିଡ-୧୯ ମହାମାରୀର ସମସ୍ତ ପ୍ରତିଷେଧକମୂଳକ ନିର୍ଦ୍ଦେଶାବଳୀ ସହ ପାଳିତ ହୋଇଯାଇଅଛି l ଜିନ୍ଦଲ ନଗର ସ୍ଥିତ ଓପି ଜିନ୍ଦଲ ସ୍କୁଲ ପରିସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଜେଏସପି ଅନୁଗୋଳ ପ୍ଳାଣ୍ଟର ମୁଖ୍ୟ ଶ୍ରୀ ହୃଦୟେଶ୍ଵର ଝାଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ, ସବ୍ୟସାଚୀ ବନ୍ଦୋପାଧ୍ୟାୟ, ଓପି ଜିନ୍ଦଲ ସ୍କୁଲର ଅଧ୍ୟକ୍ଷ ଅତନୁ ରଥଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଯୋଗଦାନ କରିଥିଲେ

lଏହି ଅବସରରେ ଶ୍ରୀ ଝା ଜେଏସପି ନିରାପତ୍ତା ଦଳଙ୍କ ଠାରୁ ଗାର୍ଡ ଓଫ ଅନର ଗ୍ରହଣ କରି ଉପସ୍ଥିତ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ lନିଜ ଅଭିଭାଷଣରେ ଶ୍ରୀ ଝା ସ୍ଵାଧୀନତା ସଂଗ୍ରାମୀଙ୍କ ତ୍ୟାଗ ସ୍ମରଣ କରାଇବା ସହ ଆମ୍ଭ ରାଷ୍ଟ୍ର ସମଗ୍ର ବିଶ୍ଵର ଗୁରୁ ହେବାର ସମସ୍ତ କ୍ଷମତା ରଖିଛି ବୋଲି ପ୍ରକାଶ କରିଥିଲେ l ଶ୍ରୀ ଝା ୟୁନିଟର ଉତ୍କୃଷ୍ଟ ପ୍ରଦର୍ଶନ ନିମନ୍ତେ ପ୍ରତ୍ଯେକ କର୍ମଜୀବୀଙ୍କୁ ଅଭିନନ୍ଦନ ଜଣାଇବା ସହ କୋଭିଡ ସମୟର ବାଧକତା ସତ୍ବେ କର୍ମଚାରୀଙ୍କ ସକ୍ରିୟ ଯୋଗୋଦାନ ଫଳରେ ଉତ୍ପାଦନ ଏବଂ ଯୋଗାଣ କ୍ଷେତ୍ରରେ ଜେଏସପି ଅନୁଗୋଳ ନୂତନ କୀର୍ତିମାନ ସ୍ଥାପନ କରିପାରିଛି ବୋଲି ପ୍ରକାଶ କରିଥିଲେ lଶ୍ରୀ ଝା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନର ସମାଜ ମଙ୍ଗଳ କାର୍ଯ୍ୟ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, ଏହା କିପରି ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ବରେ ସମାଜର ସାମଗ୍ରିକ ଉନ୍ନତି ନିମନ୍ତେ ନିରନ୍ତର କାର୍ଯ୍ୟ କରୁଅଛି l

ଓପି ଜିନ୍ଦଲ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଙ୍ଗୀତା ଶର୍ମା କାର୍ଯ୍ୟକ୍ରମ ସଂଚାଳନ କରିବା ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ lସେହିଭଳି ବଡମହିତଳା ସ୍ଥିତ ପୁନର୍ବାସ ଏବଂ ପୁନଃ ଥଇଥାନ କୋଲୋନୀ ଠାରେ ଥିବା ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲ ଏବଂ ଅନୁଗୋଳ ସ୍ଥିତ ଓ.ପି ଜିନ୍ଦଲ କମ୍ୟୁନିଟି କୋଲେଜ ଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ସହ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଅଛି l ସେହିପରି ଜେଏସପିର ଭୁବନେଶ୍ବର ଅଫିସରେ ମଧ୍ୟ ପାଳିତ ହୋଇଥିବା ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗୃପ ମୁଖ୍ୟ ସିଏସଆର ଏବଂ ନିରନ୍ତରତା, ଶ୍ରୀ ପ୍ରଶାନ୍ତ କୁମାର ହୋତା ଜାତୀୟ ପତାକା ଉତ୍ତୋଳନ କରି ସମବେତ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ l