୭୪ ତମସାଧାରଣତନ୍ତ୍ର ଦିବସ :ଅନୁଗୋଳ JSPL ପ୍ଲାଣ୍ଟ ରେ ଜାତୀୟ ପତାକା ଉଡାଇଲେ ନବୀନ ଜିନ୍ଦଲ

ଅନୁଗୋଳ : ଅନୁଗୋଳ ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ  ସ୍ଥାପିତ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ପରିସରରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜେଏସପି ଅଧ୍ୟକ୍ଷ  ଶ୍ରୀ ନବୀନ ଜିନ୍ଦଲ ଏବଂ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ,ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ  ଓ ହଜାର ହଜାର ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିବା ଏହି ମହା ସମାରୋହ ପୂର୍ବକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Advertisement

 ଏହି ଅବସରରେ ଶ୍ରୀ ଜିନ୍ଦଲ ଉଦବୋଧନ ଦେଇ ଉପସ୍ଥିତ ସମସ୍ତ କର୍ମଚାରୀ ଓ ଗ୍ରାମବାସୀମାନ ଙ୍କୁସେମାନଙ୍କ ବହୁମୂଲ୍ୟ ସହଯୋଗ ପାଇଁ ଧନ୍ୟବାଦ ଦେଇଥି ଲେ।ଜେ ଜେଏସପି କୁ ଦେଶର ଅଗ୍ରଣୀ ଶିଳ୍ପଦ୍ୟୋଗଭାବେ ଗଢି ତୋଳିବାରେ ସେମାନଙ୍କ ଅବଦାନ ନିଶ୍ଚିତ ପ୍ରଶଂସନୀୟ। ଶ୍ରୀଜିନ୍ଦଲ ଏକଥା ମଧ୍ୟକହିଲେ ” ଏଜାତି  କାନ୍ଥରେ ଟଙ୍ଗା ଯାଇଥିବା ଛବିଟିଏ ନୁହେଁ, ଦେଶର କୋଟି କୋଟି ଜନତାଙ୍କୁ ନେଇ ଏ ଜାତି ଗଢା ହୋଇଛି।ଆମେ ଯେତେବେଳେ ନିଃସ୍ୱାର୍ଥପର ଭାବେ ଦେଶ ପାଇଁ କାର୍ଯ୍ୟ କରିବା,ତାହା ହେଲେ ଆମ ଦେଶ ସମୃଦ୍ଧି ଶାଳୀ ହୋଇ ପାରିବ।ମୁଁ ଭଗବାନଙ୍କୁ ଧନ୍ୟବାଦଦେବି ଯେ,ଆପଣମାନଙ୍କ ଭଳିକର୍ମଜୀବୀ ଓ କର୍ମଚାରୀ ମୁଁ ପାଇଛି।କମ୍ପାନୀର ଅଭିବୃଦ୍ଧି ପାଇଁ ଆପଣମାନେ  ଯେଭଳି ପ୍ରୟାସ କରୁଛନ୍ତି ତାହା ନିଶ୍ଚିତଭାବେ ଉଲ୍ଲେଖନୀୟ।ମୁଁ ଆଶାକରୁ ଛିଦେଶର ପ୍ରତିଟି ନାଗରିକ ଯଦି ଏହି ଭଳି ସତ୍ୟନିଷ୍ଠ ଭାବେ ନିଜ ନିଜ କ୍ଷେତ୍ରରେ ସେମାନଙ୍କ ଦାୟିତ୍ୱ ନିର୍ବାହ କରିବେ,ତେବେ ଆମଦେଶ ନିଶ୍ଚିତ ରୂପେ ଖୁବଶୀଘ୍ର ବିଶ୍ୱଗୁରୁ ହୋଇପାରିବ”।ଏହି ସମାରୋହରେ ଓପିଜିନ୍ଦଲ ସ୍କୁଲ,ଡିଏଭି ସାବିତ୍ରୀ ଜିନ୍ଦଲ ସ୍କୁଲ ଏବଂ ଆଶା- ଦି ହୋପ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଖୁବ ସୁନ୍ଦର ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *