ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦେଶ ଓ ଜାତି ପାଇଁ କରିବ; ମୁଖ୍ୟଅତିଥି ।

ଅନୁଗୋଳ : ସାରା ଦେଶରେ ପାଳିତ ହେଉଛି ୭୬ ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ସବୁଠି ଦେଶ ଭକ୍ତି ର ମହୋଲ। ଅନୁଗୋଳ ରେ ଏହି ଦିବସ କୁ ବେଶ ଧୁମଧାମରେ ପାଳନ କରାଯାଇଛି। ଅନୁଗୋଳ ଜିଲାପାଳ ଅବଦୁଲ ଏମ ଅଖତାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲା ସ୍ଥରୀୟ ଦିବସରେ ପତାକା ଉତ୍ତୋଳନ କରିବା ସହ ସମ୍ମିଳତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ। ଆମ ଜାତି ଗର୍ବ ଆଉ ଗୌରବ ର ଗାଥା କୁ ମନେ ପକାଇ ଥିଲେ ।

        ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦେଶ ଓ ଜାତି ପାଇଁ କରିବା ।ଆମ ମହା ପୁରୁଷ ଙ୍କ ବଳିଦାନ ଆମକୁ ସ୍ବାଧିନତା ଓ ସାର୍ବଭୌମତ୍ତ୍ୱ ଦେଇଛି । ସେମାନଙ୍କ ବଳିଦାନ କୁ ଆମେ ସମସ୍ତେ ମନେ ରଖିବାକୁ ମୁଖ୍ୟଅତିଥି ଶ୍ରୀ ଅଖତାର କହିଥିଲେ । ସମ୍ମିଳିତ ପ୍ୟାରେଡ ଅଭିବାଦନ ପରେ ଜିଲା ପୋଲିସ ହୋମ ଗାର୍ଡ ଓ ଭିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ୟାରେଡ ପରିବେଷଣ କରାଯାଇଥିଲା ।ତା ପରେ ପୂର୍ବରୁ ଆୟୋଜିତ ପ୍ରତିଯୋଗୀ ତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥର ଅନୁଗୋଳ ପୋଲିସ ଟ୍ରେନିଂ କଲେଜ ପଡ଼ିଆରେ ଜିଲା ସ୍ଥରୀୟ ସାଧାରଣ ତନ୍ତ୍ର ଦିବସର ଆୟୋଜନ ହୋଇଥିଲା ।ଏଥର ପ୍ୟାରେଡ ରେ ୩୪ ଟି ଦଳ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *