76 ତମ ସ୍ୱାଧୀନତା ଦିବସ NTPC ତାଳଚେର ଥର୍ମାଲ ଅନୁଷ୍ଠିତ  

ତାଳଚେର : NTPC ତାଳଚେର ଥର୍ମାଲରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ । ଏହି କାର୍ଯ୍ୟକ୍ରମ ରେ କାରଖାନା ର ସମୁହ ମହା ପ୍ରବନ୍ଧକ ଶ୍ରୀ ଗୌତମ ଦେବ ତ୍ରିରଙ୍ଗା ଧ୍ୱଜା ଉତ୍ତୋଳନ କରି ଥିଲେ । ପ୍ରଥମେ ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା. ପରେ ପରେ CISF ଯବାନ ଙ୍କ ପରେଡ ରେ ସଲାମୀ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ GM Project ଶ୍ରୀ R. K. ସିଂ, GM ଶ୍ରୀ କୌଶିକ ମଣ୍ଡଳ, DC-CISF ଶ୍ରୀ ଗୁପ୍ତା, NTPC ମାନବ ସମ୍ବଳ ମୁଖ୍ୟ ଓ ଅନ୍ୟ ଅଧିକାରୀ, କର୍ମଚାରୀ, CISF ଯବାନ, ହସ୍ପିଟାଲ ର ଡାକ୍ତର ଓ କର୍ମଚାରୀ ମାନେ ଯୋଗଦେଇଥିଲେ । ନିଜ ଅଭିଭାଷଣ ରେ ଶ୍ରୀ ଦେବ NTPC ତାଳଚେର ର ନୂତନ ସମ୍ପ୍ରସାରଣ ସମ୍ପର୍କରେ ସୂଚନା ଦେଇ ଥିଲେ.ଦେଶ ଆଜାଦି ର 75 ବର୍ଷ ଓ ତତ ସଂଲଗ୍ନ ଉତଥାନ ର ଏକ ବିସ୍ତୃତ ବିବରଣୀ ସେ ରଖିଥିଲେ । ଏହାପରେ ବିଭିନ୍ନ ବର୍ଗ ର କର୍ମଚାରୀ ମାନଙ୍କୁ GM meritorious ସଂମ୍ମାନ ପ୍ରଦାନ କରାଯାଇ ଥିଲା. ପରେପରେ ସମୁହ ବୃକ୍ଷ ରୋପଣ କରା ଯାଇ ଥିଲା, ଯେଉଁ ଥିରେ ଛୋଟ ଛୋଟ ପିଲାମାନେ ଅତି ଉତ୍ସାହ ର ସହ ଭାଗ ନେଇଥିଲେ.

Leave a Reply

Your email address will not be published. Required fields are marked *