ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ୮ଟି ଗେଟ୍ ବନ୍ଦ ହୋଇଛି। ଡ୍ୟାମରୁ ୮ଟି ଗେଟ୍ ବନ୍ଦ ହେବା ପରେ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍ ପକ୍ଷରୁ ସୂଚନା। ସୂଚନା ଅନୁସାରେ ଡ୍ୟାମର ବାମ ପାର୍ଶ୍ବରୁ ୧୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଥିବା ଜାରି ରହିଛି।

ହୀରାକୁଦ ଜଳ ଭଣ୍ଡାରର ଶନିବାର ପର୍ଯ୍ୟନ୍ତ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ମହାନଦୀର ଜଳସ୍ତର ବଢୁଛି। ଅପରାହ୍ନ ୩ଟା ସୁଦ୍ଧା ଖଇରମାଳ ଦେଇ ୧୧ ଲକ୍ଷ ୪୫ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଥିବା ବେଳେ ପର୍ଥଲା ଦେଇ ୪ ଲକ୍ଷ ୧୨ ହଜାର ୭୧କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି କଟକ ମୁଣ୍ଡଳି ଦେଇ ମହାନଦୀରେ ୯ ଲକ୍ଷ ୮୭ ହଜାର ୪୧୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବା ଅନୁମାନ କରାଯାଉଛି।