ଭୁବନେଶ୍ୱର : ଭୁବନେଶ୍ୱର ରେ ଆୟୋଜିତ ଇଣ୍ଟର ସ୍କୁଲ ଟାଇକୋଣ୍ଡ ପୁଂସେ ପ୍ରତିଯୋଗୀ ତାରେ ଅନୁଗୋଳ ଜିଲା କୁ ୯ ଟି ପଦକ ମିଳିଛି ।ଚଳିତ ମାସ ୫ ତାରିଖ ଦିନ ଇଣ୍ଟର୍ ସ୍କୁଲ୍ ତାଇକୋଣ୍ଡୋ ପମ୍ସେ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହେଇଥିଲା। ଉକ୍ତ ପ୍ରତଯୋଗିତାରେ ଅନୁଗୋଳ ଜିଲ୍ଲାରୁ ତିନିଜଣ ବାଳିକା ଓ ୬ବାଳକ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ସେମାନଙ୍କୁ ୯ଟି ପଦକ ରହିଛି । ସେଥିମଧ୍ୟରୁ ୧ ସ୍ଵର୍ଣ୍ଣ ପଦକ ୫ ଟି ରୌପ୍ୟ ପଦକ ଓ ୩ଟି କାଂସ୍ୟ ପଦକ ରହିଛି। ଯାହାକି ଅନୁଗୋଳ ଜିଲ୍ଲାର ଗୌରବ କୁ ବଢ଼ାଇଛି। ଜାତୀୟ ଖେଳାଳି ଅଂଶୁମାନ ମିଶ୍ର ଓ ଅଜିତ କୁମାର ନାୟକ ଙ୍କ ତାବାଵଧାନ ରେ ଖେଳାଳି ମାନେ ଭୁବନେଶ୍ବର ଯାଇଥିଲେ।

