୪୦ ଡିଗ୍ରି ଉପରେ ୯ଟି ସହର ତାପମାତ୍ରା ,ଏପ୍ରିଲ ୧୨ରୁ ୧୬ ଯାଏଁ ରାଜ୍ୟର ସବୁ ସ୍କୁଲ ଅଙ୍ଗନବାଡ଼ି ଛୁଟି।

ଭୁ‌ବନେଶ୍ବର: ଏପ୍ରିଲ ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ। ସ୍କୁଲଗୁଡ଼ିକ ସହିତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ମଧ୍ୟ ଏହି ସମୟରେ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହି ଛୁଟି ଘୋଷଣା କରିଛନ୍ତି। ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପାନୀୟ ଜଳ ସୁପରିଚାଳନା ଓ କୋଭିଡ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଙ୍ଗଳବାର ପ୍ରବଳ ଖରା ଓ ତାପମାତ୍ରା ଅନୁଭୁତ ହୋଇଛି। ରାଜ୍ୟର ୯ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବାରିପଦାରେ ଆଜି ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରି ରେକର୍ଡ ହୋଇଛି। ଅନ୍ୟପଟରେ ମାର୍ଚ୍ଚ ମାସରେ ଖରାର ପ୍ରଭାବ ଜଣାପଡ଼ି ନଥିଲା ବେଳେ ଏପ୍ରିଲ ୨ୟ ସପ୍ତାହରୁ ପୁଣି ତାପମାତ୍ରା ବଢ଼ିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି।

Leave a Reply

Your email address will not be published. Required fields are marked *