
ଏଇ ଯେ ଚିର ଅନ୍ଧାର
ସବୁଜ କୁକ୍ଷିର ଆବର୍ତ୍ତନରେ
ଫଗୁମିଶାରଙ୍ଗର ଛାତି
ଦେଖି ନଟକୁପଟିଆ ଛାତିର ଚାହାଣୀ
ମଧୁର ସ୍ମୃତି-ଅତୀତ ଦୁଆରେ
ଦେଖେ ନୂଆସପନ ବିଦଗ୍ଧ ତରୁଣୀ
ଅଳ୍ପଲାଜ-ଅଳ୍ପହସ-ଲୁହ ସାଥି କରି
ନିର୍ଝରିଣୀ ଝରିଯାଏ ଚିରସ୍ରୋତା
ନିର୍ଜନନଗରୀର ବାଟସାରା
ଅଜ୍ଞାତବାସୀ ପ୍ରେମିକାର ପାଦଚିହ୍ନ
ଦେଖେ ନୂଆ ରଙ୍ଗର ମହଲ
ଘଞ୍ଚଘେରା ଅରଣ୍ୟର ଲୁହମିଶା ରାତି
ତତଲା ପବନମାରେ ଝାଇଁ ଝାଇଁ
ଶୀତର କୁହାଟ ଏଠି ରାତିସାରା
ବର୍ଷାଭିଜା ରାତି ଆଉ ଦିନ
ଶାବଣର ଝରାବିନ୍ଦୁ
ଅତଳ ମୋ ଗଗନ-ପବନ
ବିସ୍ମୃତିର ପାଦଚିହ୍ନ ଧୁ ଧୁ ଖରାର ଏଇ ନିସ୍ତେଜତା
ଧପ୍ ଧପ୍ ପୋଡ଼ା ଜଳା ଜୀବନର
ଋଗ୍ଣତମ ମନଏଇ କରୁଣତା
ଚଞ୍ଚଳତା ଆଖିନେଇ ଦେଖେ ମୁଇଁ
ତମ ଆଗନ୍ତୁକ ଏଇ ବାସ୍ତବତା
ଝିପ୍ ଝିପ୍ ଆଖିଲୁହ
ବର୍ଷାଧାରା ଶୀତର ସକାଳ
ବୋହିଯାଏ ସ୍ୱେଦବିନ୍ଦୁ ମିଶ୍ରଣ ମୋ
ଏକାକ୍ଷରୀ କରୁଣାତୀତ ରାତିର ଧୂଆଁରେ
ସବିଜିମା ଧୁସରିତ
ରାତି ଆସେ ହାଇମାରି
ପାଗଳାମି ଚେହେରାରେ
ସଞ୍ଜଧୂପ ଚଗଲାମି
-ମନୋଜ କୁମାର ବେହେରା
ଓଡ଼ିଆ ଅଧ୍ୟାପକ,
ବଅଁରପାଳ ଡିଗ୍ରୀ ମହାବିଦ୍ୟାଳୟ, ଅନୁଗୋଳ