ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଯେପରି ଓଡ଼ିଶା ଦଖଲ କରିବ ସେନେଇ ଦଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଆଜି ବୁଥ୍ ସ୍ତରୀୟ ପ୍ରତିନିଧିଙ୍କୁ ସମ୍ବୋଧନ କରିଛନ୍ତି | ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ପ୍ରାୟ ୨୫ହଜାର ବୁଥ୍ ସ୍ତରୀୟ ପ୍ରତିନିଧିଙ୍କୁ ଆଜି ନଡ୍ଡା କହିଛନ୍ତି ଯେ ଆମେ ବିଶ୍ୱର ସବୁଠାରୁ ବଡ ଦଳ, ଏତେ ବଡ ଦଳ ଦୁନିଆରେ ନାହିଁ | ଭାରତୀୟ ଜନତା ପାର୍ଟି ବିଚାରକୁ ନେଇ ଚାଲିଛି, ବିଚାରକୁ ଛାଡ଼ିନାହିଁ
ମଞ୍ଚ ରେ ଅନ୍ୟ ବିରୋଧୀ ଦଳର ପରିବାର ରାଜନୀତିକୁ ମଧ୍ୟ କଡା ସମାଲୋଚନା କରିଛନ୍ତି ନଡ୍ଡା। ଫାରୁକ ଅବଦୁଲ୍ଲା, ଲାଲୁ ଯାଦବ, ଅଖିଳେଶ ଯାଦବ, ମମତା ବାନାର୍ଜୀ, କେସିଆର ସମସ୍ତଙ୍କର ପରିବାର ପାର୍ଟି ଚାଲିଛି । ଓଡ଼ିଶାରେ ବି ପରିବାର ପାର୍ଟି ଚାଲିଛି । ଏଠାରେ ବିଜୁଙ୍କର ପାର୍ଟି ଚାଲିଛି । କେବଳ ବିଜେପି ପରିବାର ପାର୍ଟି ନୁହେଁ ବିଚାରର ପାର୍ଟି । ସେହିପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ନଡ୍ଡା କହିଛନ୍ତି ଯେ ଓଡିଶା ସରକାର ଆକଣ୍ଠ ଭ୍ରଷ୍ଟାଚାରରେ ବୁଡିଥିବା ସରକାର । ଏହି ସରକାରକୁ ଉପାଡି ଫିଙ୍ଗିଦେବାର ସମୟ ଆସିଛି ।