ଅନୁଗୋଳ: ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିଲେ। ସାଥୀ ଶିକାରୀ ଗୁଳିମାଡ଼ରେ ଆଉ ଜଣେ ଶିକାରୀଙ୍କ ମୃତ୍ୟୁ। ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଖମାର ଥାନା ରୋହିଲା ରୁଗୁଡି ସାହିରେ ।

ମଙ୍ଗଳବାର ରାତିରେ ରୁଗୁଡ଼ି ସାହି ନିକଟସ୍ଥ ଜଙ୍ଗଲକୁ ୭ ରୁ ୮ ଜଣ ଶିକାରୀ ଚୋରା ବନ୍ଧୁକ ଧରି ବାରହା ଶିକାର ପାଇଁ ଯାଇଥିଲେ। ସେଠାରେ ଜଣେ ଶିକାରୀ ଗୁଳି ମାଡ଼ରେ ସହଯୋଗୀ ଶିକାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ୨୫ ବର୍ଷୀୟ ରବି ପୂର୍ତ୍ତି । ଘଟଣା ପ୍ରକାଶ ହେବାପ ପରେ ପୋଲିସ ୨ ସାଙ୍ଗକୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଥିବା ସୂଚନା ମିଳିଛି । ଗିରଫ ଯୁବକ ଦୁଇ ଜଣ ହେଲେ ଚୈତନ ବୋଇତା ଓ ବଳଭଦ୍ର ଜାମୁଦା । ଅନ୍ୟ ଅଭିଯୁକ୍ତ ବିଜୟ କାଣ୍ଡିଆନ ଫେରାର ହୋଇଯାଇଥିବା ଜଣାପଡ଼ିଛି । ପୋଲିସ ବ୍ୟବହୃତ ଦେଶୀ ବନ୍ଧୁକ ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡିଛି ।