ବ୍ରାଉନସୁଗାର ବେପାରରେ ଲୋକ ପାଇଲଟ

ଅନୁଗୋଳ: ଧଳା ଜହର ବେପାରରେ ଟ୍ରେନ ଲୋକ ପାଇଲଟ । ଧଳା ଜହର ସହ ଲୋକ ପାଇଲଟ ଏବଂ ଅନ୍ୟ ଜଣେ ସହଯୋଗୀ ଏବେ ପୋଲିସ ହାତରେ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର କୋଲିୟାରି ଥାନା ଅଞ୍ଚଳରେ ।

ସୂଚନାନୁସାରେ ଲୋକୋ ପାଇଲଟ ଜଣଙ୍କ ଅନେକ ଦିନ ହେଲା ଏହି କାରବାର ଚଲାଇ ଆସୁଥିଲା । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଅନେକ ଦିନ ଧରିବାକୁ ଉଦ୍ୟମ ଚଳାଇଥିବା ବେଳେ ୨୧ ତାରିଖ ଦିନ ଚଢାଉ କରିଥିଲା । ପୋଲିସ ତାଳଚେର ଘଣ୍ଟପଡା ରେଲୱେ କ୍ରସିଂ ନିକଟରୁ ୩ ଗ୍ରାମ ୪୩୦ ମିଲି ଗ୍ରାମ ବ୍ରାଉନସୁଗାର ସହ ଲୋକ ପାଇଲଟ ରାଜ କମଲ ରଞ୍ଜନ ଙ୍କୁ ଧରିଥିଲା ।  ଏବଂ କଲମ ରଞ୍ଜନ କୁ ପଚରା ଉଚରା କରିବା ପରେ ଘଣ୍ଟପଡାର ଚା ଦୋକାନୀ ପ୍ରଦୀପ ସାହୁକୁ ଗିରଫ କରିଥିଲା କୋଳିୟାରୀ ପୋଲିସ ।

ଲୋକୋ ପାଇଲଟ ରାଜ କମଲ ବାହାର ଜିଲ୍ଲାରୁ ବ୍ରାଉନସୁଗାର ଆଣି ଚା ଦୋକାନୀ ପ୍ରଦୀପକୁ ଦେଉଥିଲେ । ଆଉ ପ୍ରଦୀପ ଜରିଆରେ ତାକୁ ବିକ୍ରି କରୁଥିଲେ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *