ଅବନୀକାନ୍ତ ସାହୁ ହେଲେ ଟାମଡାର ନୂତନ ଅଧକ୍ଷ  

ଅନୁଗୋଳ: ତାଳଚେର ଅନୁଗୋଳ ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷବା (ଟାମଡ଼ା)ର ନୂଆ ଅଧ୍ୟକ୍ଷ ହୋଇଛନ୍ତି ଅବନୀକାନ୍ତ ସାହୁ । ପୂର୍ବତନ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସରିବା ପରେ ଦୀର୍ଘ ଦିନ ହେବ ଅହି ପଦବୀ ଖାଲି ପଡିଥିଲା ।

ମୁଖ୍ୟ ମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଅବନୀକାନ୍ତଙ୍କୁ ଟାମଡା ଅଧ୍ୟକ୍ଷ ପାଇଁ ନିଯୁକ୍ତ କରିଛନ୍ତି । ଅବନୀ ଜଣେ ଭଲ ସଂଗଠକ ଭାବେ ଦଳରେ ପରିଚିତ । ତଳସ୍ତରରୁ ବିଜେଡ଼ି ଦଳ ପାଇଁ ସେ ବୋହୁତ କାମ କରି ବେଶ ସୁନାମ ଅର୍ଜନ କରିଛନ୍ତି । ସେ ପୂର୍ବରୁ ମହାନଦୀ କୋଇଲା କମ୍ପାନୀରେ ଚାକିରି କରିଥିଲେ ସୁଦ୍ଧା ଲୋକଙ୍କ ସେବାପାଇଁ ସେ ଚାକିରି ଛାଡି ରାଜନୀତିରେ ଯୋଗଦେଇଥିଲେ ।   

Leave a Reply

Your email address will not be published. Required fields are marked *