ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ପାଠକ ବାପା-ପୁଅଙ୍କୁ ଆଜି ହାଇକୋର୍ଟ ପକ୍ଷରୁ ଜାମିନ ମିଳିଛି। ଟ୍ରାଭେଲ୍ସ ବିଲ୍ ଠକେଇ ମାମଲରେ ହାଇକୋର୍ଟ ଆଜି ସେମାନଙ୍କୁ ଜାମିନ ପ୍ରଦାନ କରିଛି। ୨ ଲକ୍ଷ ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ଉଭୟ ବାପା-ପୁଅଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ଦୁଇ ବାପା-ପୁଅଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମଧ୍ୟ ଜାମିନ୍ ପ୍ରଦାନ କରିଥିଲା।
ସୂଚନା ଯୋଗ୍ୟ ଯେ ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ୍ ମିଳିଛି। ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ପାଠକ ବାପ ଓ ପୁଅଙ୍କୁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଖାରବେଳ ନଗର ଥାନାରେ ଉଭୟଙ୍କ ନାମରେ ମାମଲା ଦାୟର ହୋଇଥିଲା। ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ୨ ଲକ୍ଷ ଟଙ୍କାର ୨ଜଣଙ୍କ ଜାମିନଦାରଙ୍କ ବଦଳରେ ଏହି ଜାମିନ୍ ମିଳିଥିବା ଜଣାପଡ଼ିଛି
ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ପାଠକ ବାପ-ପୁଅଙ୍କୁ ହାଇକୋର୍ଟ ଦେଲେ ଜାମିନ୍.
