ତାଳଚେର :କଥାରେ ଅଛି ରଖେ ହରି ତ ମାରେ କିଏ। ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି ତାଳଚେରସ୍ଥିତ ଅନନ୍ତ କୋଇଲା ଖଣିରେ। ଆଜି ସକାଳୁ ଅନନ୍ତ କୋଇଲା ଖଣିର ଲୋଡିଙ୍ଗ ପଏଣ୍ଟ ରେ ଏକ ରେଳ ଡବାରେ କୋଇଲା ବୋଝେଇ କରା ଯାଉଥିଲା। ସେତେ ବେଳେ ଜଣେ ଶ୍ରମିକ ଡବା ଭିତରେ ରହି ଯାଇଥିଲେ। ତାଙ୍କ ଉପରେ କୋଇଲା ପକାଇ ଦିଆ ଯାଉଥିଲା। ସେ ପ୍ରାଣ ବିକଳରେ ଚିତ୍କାର କରୁଥିଲେ ମଧ୍ୟ ନିଜେ ବାହାରିବା ପାଇଁ କୌଣସି ସୁଯୋଗ ନଥିଲା। ଫଳରେ ତାଙ୍କ ବେକ ପର୍ଯ୍ୟନ୍ତ କୋଇଲା ବୋଝେଇ କରା ଯାଇଥିଲା।
କିନ୍ତୁ ତାଙ୍କ ଚିତ୍କାର ସେଠାରେ କାମ କରୁଥିବା ଆଉ କିଛି ଶ୍ରମିକ ଶୁଣି ପାରି ସେଠାକୁ ଦୌଡ଼ି ଯାଇ ଉଦ୍ଧାର କରିଥିଲେ। ଅଳ୍ପକେ ବର୍ତ୍ତିଗଲା ଏକ ବହୁ ମୂଲ୍ୟ ଜୀବନ । ଖବର ପାଇ ତୁରନ୍ତ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଅନ୍ୟମାନେ ସେଠାରେ ପହଞ୍ଚି ଡାକ୍ତରଖାନା ଆଣିଥିଲେ। ଏମ ସି ଏଲର ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଆଜି ଏଭଳି ଏକ ଘଟଣା ଘଟିଗଲା। ତେଣୁ ବିଧାୟକ ଏମ୍ସିଏଲ ଅଧିକାରୀଙ୍କୁ କଡା ଭାଷାରେ ନିନ୍ଦା କରିଥିଲେ