“ବାହାନଗା”ରେଳ ଦୁର୍ଘଟଣା,ଦିଆଯାଇଛି ତଦନ୍ତ ନିର୍ଦେଶ ।ଦୋଷୀଙ୍କ ବିରୋଧରେ ଦୃଢ଼ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ: ପ୍ରଧାନମନ୍ତ୍ରୀ

ବାଲେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଟ୍ରେନଯାତ୍ରୀଙ୍କୁ ଭେଟିଛନ୍ତି। ଆହତ ବ୍ୟକ୍ତି ଓ ସେମାନଙ୍କର ସଂପର୍କୀୟଙ୍କ ସହିତ କଥା ହୋଇ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା କେମିତି ଦିଆଯାଉଛି ସେ ନେଇ ମୋଦୀ ସମୀକ୍ଷା କରିଛନ୍ତି। ଅଧିକାଂଶ ଚିକିତ୍ସାଧୀନ ଯାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସେମାନେ କେଉଁଠାରୁ ଆସୁଥିଲେ, କୁଆଡେ ଯାଉଥିଲେ ଓ ଚିକିତ୍ସା କିପରି ଚାଲିଛି ଆଦି ପ୍ରଶ୍ନ ପଚାରିଥିଲେ।

ଏହା ପୂବର୍ରୁ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଘଟଣାସ୍ଥଳ ‘ବାହାନଗା’ରେ ଟ୍ରାକ୍‌ ଓ ବଗି ନିକଟକୁ ଯାଇ ପରିଦର୍ଶନ କରିଥିଲେ। ପ୍ରାୟ ଅଧ ଘଣ୍ଟା ଧରି ଘଟଣାସ୍ଥଳରେ ରହି ସ୍ଥିତି ପରଖିଥିଲେ। ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଦୁର୍ଘଟଣା, ଉଦ୍ଧାର ଓ ଚିକିତ୍ସା ନେଇ ସମୀକ୍ଷା କରିଥିଲେ। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଥିଲେ।

ବାଲେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଟ୍ରେନଯାତ୍ରୀଙ୍କୁ ଭେଟିଛନ୍ତି। ଆହତ ବ୍ୟକ୍ତି ଓ ସେମାନଙ୍କର ସଂପର୍କୀୟଙ୍କ ସହିତ କଥା ହୋଇ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା କେମିତି ଦିଆଯାଉଛି ସେ ନେଇ ମୋଦୀ ସମୀକ୍ଷା କରିଛନ୍ତି। ଅଧିକାଂଶ ଚିକିତ୍ସାଧୀନ ଯାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସେମାନେ କେଉଁଠାରୁ ଆସୁଥିଲେ, କୁଆଡେ ଯାଉଥିଲେ ଓ ଚିକିତ୍ସା କିପରି ଚାଲିଛି ଆଦି ପ୍ରଶ୍ନ ପଚାରିଥିଲେ।

ଏହା ପୂବର୍ରୁ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଘଟଣାସ୍ଥଳ ‘ବାହାନଗା’ରେ ଟ୍ରାକ୍‌ ଓ ବଗି ନିକଟକୁ ଯାଇ ପରିଦର୍ଶନ କରିଥିଲେ। ପ୍ରାୟ ଅଧ ଘଣ୍ଟା ଧରି ଘଟଣାସ୍ଥଳରେ ରହି ସ୍ଥିତି ପରଖିଥିଲେ। ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଦୁର୍ଘଟଣା, ଉଦ୍ଧାର ଓ ଚିକିତ୍ସା ନେଇ ସମୀକ୍ଷା କରିଥିଲେ। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଥିଲେ। ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀ ଚାଲିଥିବା ରିଲିଫ କାର୍ୟ୍ୟର ସମୀକ୍ଷା କରିଛନ୍ତି। ସେ ସ୍ଥାନୀୟ କର୍ତ୍ତୃପକ୍ଷ, ବିପର୍ୟ୍ୟୟ ପ୍ରଶମନ ବାହିନୀର କର୍ମଚାରୀ ଏବଂ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଦୁଃଖଦ ଘଟଣାରେ ସମସ୍ତ ପ୍ରକାର ସହାୟତା ଲାଗି ସରକାର ଯୋଗାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଉକ୍ତ ସ୍ଥାନରୁ କ୍ୟାବିନେଟ ସଚିବ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଆହତ ଏବଂ ସେମାନଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବାକୁ ସେ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲରେ ଆହତଙ୍କ ଭେଟିବା ପରେ ମୋଦୀ କହିଛନ୍ତି ଆମେ ଯେଉଁମାନଙ୍କୁ ହରାଇଛେ, ସେମାନଙ୍କୁ ଆଉ ପାଇପାରିବା ନାହିଁ। ସରକାରଙ୍କ ପାଇଁ ଏହି ଘଟଣା ଗମ୍ଭୀର ତଥା ସମ୍ବେଦନଶୀଳ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଭୟଙ୍କର ଦୁର୍ଘଟଣା ପାଇଁ ଯେଉଁମାନେ ଦୋଷୀ ପ୍ରମାଣିତ ହେବେ, ସମୋନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାନଗାରେ ଦୁର୍ଘଟଣାସ୍ଥଳ ଏବଂ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଓଡ଼ିଶା ସରକାର ପାଖରେ ଯେତିକି ବ୍ୟବସ୍ଥା ଥିଲା, ତାହାରି ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହିତ କଥା ହୋଇଛି। ସେମାନେ ସଂକଟ ସମୟରେ ବହୁ ପରିଶ୍ରମ କରି ଉଦ୍ଧାର କାର୍ୟ୍ୟ ଜାରି ରଖିଥିଲେ। ସଂକଟ ସମୟରେ ସାଧାରଣ ଜନତା ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ। ଯୁବବର୍ଗ ରାତିସାରା କାମ କରିଥିଲେ। ଏଠାକାର ନାଗରିକ ଦୁର୍ଘଟଣା ପରେ ଉଦ୍ଧାର କାର୍ୟ୍ୟରେ ସହଯୋଗ କରିଛନ୍ତି। ସାଧାରଣ ଜନତା ଡାକ୍ତରଖାନାକୁ ଯାଇ ଆହତମାନଙ୍କ ପାଇଁ ରକ୍ତଦାନ କରିଛନ୍ତି। ରେଳବାଇ ନିଜର ପୂରା ଶକ୍ତି ଲଗାଇଛି। ଯାତାୟତ କାମ ଶୀଘ୍ର କରାଯିବା ପାଇଁ ପଦକ୍ଷେପ ନେଇଛି। ପୂରା ଘଟଣାସ୍ଥଳ ବୁଲିଛି। ହସ୍ପିଟାଲରେ ଆାହତଙ୍କୁ ଭେଟିଛି। ଘଟଣା ସଂପର୍କରେ କହିବାକୁ ମୋ ପାଖରେ ଶବ୍ଦ ନାହିଁ। ପରମାତ୍ମା ସମସ୍ତଙ୍କୁ ଶକ୍ତି ଦିଅନ୍ତୁ। ଆମେ ସମସ୍ତେ ପ୍ରାଥର୍ନା କରିବା, ଦୁର୍ଘଟଣାଗ୍ରସ୍ତ ଲୋକେ ଶୀଘ୍ର ସୁସ୍ଥ ‌ହୁଅନ୍ତୁ।

ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ‌ପଶ୍ଚିମ ମେଦିନିପୁର ଜିଲ୍ଲା କଲାଇକୁଣ୍ଡା ଏୟାରଫୋର୍ସ ଷ୍ଟେସନରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ବାହାନଗାରେ ଅପରାହ୍‌ଣ ୩ଟା ୪୦ରେ ପହଞ୍ଚି ଥିଲେ। ସେଠାରୁ ସେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ବାୟୁସେନାର ଅଧିକାରୀଙ୍କ ସହିତ ଟ୍ରେନ୍‌ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ସେହିପରି ମୋଦୀଙ୍କ ଗସ୍ତ ସମୟରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *