ନିର୍ବାଚନରେ ସଂରକ୍ଷଣ ଉଚ୍ଛେଦ ପ୍ରତିବାଦ , ଜିଲ୍ଲାପାଳ ଅଫିସ ଘେରିଲେ ସମ୍ମିଳିତ ଆଦିବାସୀ ସମାଜ

ଆଗକୁ ହେବାକୁ ଥିବା ପଂଚାୟତ ନିର୍ବାଚନ ରେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କୁ ନେଇ ତେଜିବାରେ ଲାଗିଛି ପ୍ରତିବାଦ। ଏହାର ବିରୁଦ୍ଧରେ ଅନୁଗୋଳ ଜିଲାପାଳ ଙ୍କ କଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ଜିଲାର ଆଦିବାସୀ ସମାଜ ର ଲୋକେ । ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ବହୁ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ଏଖାଠି ହୋଇ ଜିଲା ପ୍ରଶାସନ ଜାରି କରିଥିବା ପଂଚାୟତ , ଓ ପଂଚାୟତ ସମିତି ପ୍ରତିନିଧି ଙ୍କ ପାଇଁ ଜାରି ହୋଇଥିବା ସାନି ବିଘ୍ୟପ୍ତି ର ପୁନର ବିଚାର କରିବାକୁ ଦାବି କରିଛନ୍ତି।ଗତ କିଛି ଦିନ ତଳେ ଜିଲା ପ୍ରଶାସନ ପକ୍ଷରୁ ସଂରକ୍ଷଣ କୁ ନେଇ ଏକ ବିଘ୍ୟପ୍ତି ଜାରି ହୋଇଥିଲା। ସେଥିରେ ପୂର୍ବରୁ ଯେଉଁ ସବୁ ଆସନ ST ମାନଙ୍କ ପାଇଁ ସଂରକ୍ଷିତ ଥିଲା ତାକୁ ପରିବର୍ତ୍ତନ କରାଯାଇ ତାକୁ ଅଣ ସଂରକ୍ଷିତ କରାଯାଇଛି। ଯାହାକୁ ବିରୋଧ କରିଛନ୍ତି ଆଦିବାସୀ ସମାଜର ଲୋକେ । ପଞ୍ଚାୟତ ନିର୍ବାଚନ ରେ ତାଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା କୁ ପୁଣି ଥରେ ଲାଗୁ କରିବାକୁ ସେମନେ ଦାବି କରିଛନ୍ତି । ଏନେଇ ଏକ ଦାବିପତ୍ର ରାଜ୍ୟ ସରକାର ଙ୍କ ଉଦ୍ଧେଶ୍ୟରେ ଜିଲାପାଳ ଙ୍କୁ କରିଛନ୍ତି।  

Advertisement

Leave a Reply

Your email address will not be published. Required fields are marked *