ଅନୁଗୋଳ ଆଦୃତାରେ କରୋନା, ୬୦ ଅନ୍ତେବାସୀ ଆକ୍ରାନ୍ତ ।

ଅନୁଗୋଳରେ ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ଜିଲ୍ଲାର ପ୍ରତିଟି ଅଞ୍ଚଳରେ ଏବେ ଏହି ଭୂତାଣୁ ତାର କାୟ ମେଲାଇ ସାରିଲାଣି । ଯେଉଁଥିରୁ ବାଦ୍ ପଡ଼ିନି ପଞ୍ଚମହଲା ସ୍ଥିତ ଆଦୃତା ଶିଶୁ ସଦନ । ସବୁଠୁ ସମ୍ବେଦନଶୀଳ ସ୍ଥାନ କୁହାଯାଉଥିବା ଏହି ଶିଶୁ ସଦନରେ କରୋନା ଭୟଙ୍କର ରୂପ ଧାରଣ କରିଛି। ଅନୁଷ୍ଠାନର କର୍ମଚାରୀଙ୍କ ସମେତ ମୋଟ୍ ୬୦ ଜଣ ଅନ୍ତେବାସୀ ଏବେ ଆକ୍ରାନ୍ତ । ଅଧିକାଂଶ ଆକ୍ରାନ୍ତ ହୋମ୍ ଆଇସୋଲେସନ୍‌ରେ ଥିବାବେଳେ ଗୁରୁତରଙ୍କ ବିଭିନ୍ନ ମେଡିକାଲ ରେ ଏବେ ଚିକିତ୍ସିତ ।

ସ୍ଵାସ୍ଥ୍ୟ ବିଭାଗ ସୂଚନା ମୁତାବକ, ଆଦୃତା ରେ ପଜିଟିଭ୍ ଚିହ୍ନଟ ପରେ ସ୍ଵତନ୍ତ୍ର ଭାବେ କୋଭିଡ୍ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷଣରୁ ୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୨ରୁ ୪ ବର୍ଷ ବୟସର ୨ ଜଣ ଶିଶୁ ରହିଛନ୍ତି । ସେହିପରି ୫ରୁ ୧୧ ବର୍ଷ ମଧ୍ୟରେ ୨୦ ଜଣ ଓ ୧୨ ବର୍ଷରୁ ଊର୍ଦ୍ଧ୍ବ ବସୟର ମୋଟ୍ ୩୮ ଜଣ କରୋନା ପଜିଟିଭ୍ ବାହାରିଥିବା ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଘନଶ୍ୟାମ ବେହେରା ପ୍ରକାଶ କରିଛନ୍ତି। ଆକ୍ରାନ୍ତମାନଙ୍କୁ ସଙ୍ଗରୋଧରେ ରଖାଯିବା ସହ ସେମାନଙ୍କୁ ଔଷଧ ଦିଆଯାଇଛି। ଅଧିକାଂଶ ଆକ୍ରାନ୍ତଙ୍କ ଅବସ୍ଥା ଭଲ ଥିବା ବେଳେ ସେମାନେ ସୁସ୍ଥ ହେଉଛନ୍ତି।

Leave a Reply

Your email address will not be published. Required fields are marked *