“ଅନୁଗୋଳ ଆଡଭାଣ୍ଟେଜ” ଜିଲାରେ ରହିଛି ଆହୁରି ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଭିତିଭୂମି ,ଶିଳ୍ପଦ୍ୟୋଗୀ ଙ୍କୁ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ।  

ଅନୁଗୋଳ : ଜିଲ୍ଲାରେ ଭରି ରହିଥିବା ପ୍ରାକୃତିକ ସମ୍ପଦ ଆଲୁମିନିୟମ,ଷ୍ଟିଲ ଓ କୋଇଲାର ସଦୁପଯୋଗ କରି ସ୍ଥାନୀୟ ଲୋକଂକୁ ନିଯୁକ୍ତି ଦେବା ସହ ଜିଲ୍ଲାର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ନିମନ୍ତେ ଆଜି ଅନୁଗୋଳ ଆଲୁମିନିୟମ ପାର୍କ ଠାରେ ୨ ଦିନିଆ ଅନୁଗୋଳ ଆଡଭାଣ୍ଟେଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ଉପଦେଷ୍ଟା ଶ୍ରୀ ଅସିତ୍‌ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଆଲୁମିନିୟମ ପାର୍କର ଉପାଦେୟତାକୁ ଆମ ଦେଶରେ ଉପସ୍ଥାପନ କରିବା ସହ ଷ୍ଟିଲ ଓ କୋଇଲାର ଗନ୍ତାଘର କୁହାଯାଉଥିବା ଅନୁଗୋଳ(ତାଳଚେର)ରେ ଉପଲବଧ ସମ୍ବଳର ବ୍ୟବହାରକୁ ସୁଦୂରପ୍ରସାରୀ କରାଯିବ । ଯାହାକି ଏହି ଜିଲ୍ଲାରେ ଉପଲବଧ ଅଛି ବୋଲି ମୁଖ୍ୟ ଅତିଥ୍‌ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନୁଗୋଳ ହେଉଛି ଆଡଭାଣ୍ଟେଜ ଏକ ଅଦ୍ବିତୀୟ ଓ ଶ୍ରେଷ୍ଠ, ଏଥୁରେ ଜିଲ୍ଲାପାଳଙ୍କର ପ୍ରୟାସକୁ ମୁଖ୍ୟ ଅତିଥ୍‌ ପ୍ରଶଂସା କରିଥିଲେ । ଏହି ଆଲୁମିନିୟମ ପାର୍କରେ ୨୨୦ ଏକର ପରିମିତ ହେବ ଶିଳ୍ପ ପାର୍କ । ଏହାଛଡା ଅନ୍ୟାନ୍ୟ ଆନୁସଂଗୀକ କାର୍ଯ୍ୟକ୍ରମ ନିମନ୍ତେ ଅଧିକ ୩୦୦ ଏକର ଜମି ଅଧୂଗ୍ରହଣ କରାଯିବ । ଭାରତବର୍ଷରେ ଏହା ହେବ ଶ୍ରେଷ୍ଠ ଆଲୁମିନିୟମ ପାର୍କ । ଭାରତବର୍ଷରେ ଆଲୁମିନିୟମ ପାର୍କର କାର୍ଯ୍ୟକାରିତାକୁ ନେଇ ବ୍ୟାପକ ପ୍ରଚାର କରାଯିବ । ଆଜି ପ୍ରଥମ ଦିନରେ ଭାରତର ବିଭିନ୍ନ ପ୍ରାନ୍ତରୁ ୬୭ ଶିଳ୍ପଦ୍ୟୋଗୀ ଅଂଶଗ୍ରହଣ କରିଛନ୍ତି ।

ସରକାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ବ ଦେଉଛନ୍ତି । ଯେଉଁଠି ସମ୍ବଳ ଅଛି ତାର ପ୍ରମାଣ ଆମେ ପାଇଛୁ । ଏମ୍ ଓ ୟୁ ସ୍ବାକ୍ଷରିତ କରିବା ଓ ଏହାକୁ କାର୍ଯ୍ୟରେ ପରିଣତ କରିବାରେ ଓଡିଶା ପ୍ରଥମ ରାଜ୍ୟ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିଷେକ୍ରମେ ଓଡିଶାର ଯୁବକ ଯୁବତୀମାନେ ଯେପରି ଅଧିକ ସଂଖ୍ୟାରେ କ୍ଷୁଦ୍ର ଉଦ୍ୟୋଗରେ ଯୋଗ ଦେଇପାରିବେ ତାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯେଉଁଠି ସମ୍ଭାବନା ଅଛି ତାହାର ପ୍ରମାଣ ଆମେ ପାଇଛୁ । ଏହି ଆଲୁମିନିୟମ ପାର୍କ ଭାରତର ଏକମାତ୍ର ଉତ୍ସର୍ଗୀକୃତ ପାର୍କ ହେବାକୁ ଯାଉଛି । ୫୦ ହଜାର ଟନ୍‌ ଓଲଟେନ୍ ଶିଳ୍ପ ସଂସ୍ଥାର ପାଖରେ ଆସି ପହଂଚିବ । ପୂର୍ବରୁ ଆମେ ଓଡିଶାର କୌଣସି ସ୍ଥାନରେ ଏ ଭଳି ସମ୍ମିଳନୀ ଆୟୋଜନ କରିନାହୁଁ । ଦିପା( ଡିସଟ୍ରିକ୍ଟ ପ୍ରମୋସନ୍ ଏଜେନସି) ଏହି ୨ ଦିନିଆ ସମ୍ମିଳନୀରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ରାଜ୍ୟ ସରକାର ଏବେ ସର୍କୁଲାର ଇକୋନୋମି କାର୍ଯ୍ୟକାରୀ କରିବା ଉପରେ ଗୁରତ୍ବ ପ୍ରଦାନ କରୁଛନ୍ତି । ଏଥୁରେ ମରାମତି,ରକ୍ଷଣାବେକ୍ଷଣ ଓ ଅପଚୟ କମାଇବା ପାଇଁ ପଦକ୍ଷେପ ନିଆଯିବ । ଯେତେ କମ୍‌ରେ ଉପଲବଧ ସମଳ ବ୍ୟବହାର ହୋଇପାରିବ ତା ଉପରେ ଗୁରୁତ୍ୱାରୋପ କରାଯିବ । ଆଲୁମିନିୟମର ଗୁରୁତ୍ବ ସମ୍ପର୍କରେ ପ୍ରଚାର,ଷ୍ଟିଲର ଡାଉନ୍‌ଷ୍ଟ୍ରିମ୍ ଓ ଏମ୍ ଏସ୍ ଏମ୍ ର କୁ ପ୍ରାଧାନ୍ୟ ଦିଆଯିବ । ଏହି ପାର୍କ ଭାରତବର୍ଷର ଏକ ବିଶାଳ ପାର୍କ । ଜିଲ୍ଲାରେ ଉପଲବଧ ବ୍ରାହ୍ମଣୀ ଓ ମହାନଦୀର ପାଣି କିପରି ଉପଲବଧ ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯାଉଛି । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଂକୁ ସ୍ବାଗତ ଜଣାଇବା ସହ ଆଲୁମିନିୟମ ପାର୍କ ଓ ଅନୁଗୋଳ ଆଡଭାଣ୍ଟେଜର କାର୍ଯ୍ୟକାରିତା ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ସଚିବ, ଶିଳ୍ପ ଓ ପରିଚାଳନା ନିଷେକ ଇଡ୍‌ ଓ ଇପିକଲ ଶ୍ରୀ ଭୁପିନ୍ଦର ସିଂ ପୁନିଆ, ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକା ଶିକ୍ଷା ଏବଂ ଇନ୍‌ ଓ ଇପିକଲର ଅଧ୍ୟକ୍ଷ ଶ୍ରୀ ହେମନ୍ତ ଶର୍ମା, ୟୁ ଏନ୍ ଇ ପି ର ମୁଖ୍ୟ ଶ୍ରୀ ଅତୁଲ ବଗାଲ, ନାଲ୍‌କୋର ମୁଖ୍ୟ ପରିଚାଳନା ନିଷେକ ଶ୍ରୀ ଶ୍ରୀଧର ପାତ୍ର, ନିର୍ବାହୀ ନିଷେକ ଜେ ଏସ୍ ପି ଏଲ୍‌ ଶ୍ରୀ ଏଚ୍‌ ଝା, ନାଲ୍‌କୋର ସାଧାରଣ ପରିଚାଳକ(ମେକାନିକାଲ) ଶ୍ରୀ ପ୍ରତିମ୍ ଦେ ପ୍ରମୁଖ ଯୋଗ ଦେଇ ଆଲୁମିନିୟମ ସେକ୍ଟର, ଆଲୁମିନିୟମ ଡାଉନଷ୍ଟ୍ରିମ୍‌ରେ ଉପଲବଧ ସୁବିଧା ସୁଯୋଗ ଉପରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ଏହାଛଡା ଏହି ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମାନା, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ରଜନୀକାନ୍ତ ସ୍ୱାଇଁ ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିକ୍ଷକ ଶ୍ରୀ ଦିଲ୍ଲିପ କୁମାର ସାହୁ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦିପ୍ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *