ବିଜେଡିରୁ ଇସ୍ତଫା ଦେବାପରେ ବିଜେପିରେ ଯୋଗଦେଲେ ତେଜେଶ୍ବର ପରିଡ଼ା

ଭୁବନେଶ୍ବର: ଗୋଟେପଟେ ରାଜ୍ୟ ବିଜେଡ଼ି ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେଉଥିବା ଜନସଂପର୍କ ପଦଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତ ଜୋର କରିଥିବା ବେଳେ ପୂର୍ବତନ ଖଦି ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା ଦଳ ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି । ତେଜେଶ୍ଵର ବିଜେଡ଼ିରୁ ଇସ୍ତଫା ଦେଲା ପରେ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ବିଜେପି ରାଷ୍ଟୀୟ ଉପାଧ୍ୟକ୍ଷ ତଥା ପୂର୍ବତ୍ତନ କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡା, ପ୍ରଭାରୀ ଡି. ପୁରେନ୍ଦ୍ରଶ୍ବରୀ, ସହପ୍ରଭାରୀ ବିଜୟ ପାଲ ସିଂ ତୋମର, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ତେଜେଶ୍ଵର ବିଜେପି ରେ ଯୋଗ ଦେଇଛନ୍ତି ।

ତାଙ୍କ ସହ ବୈକୁଣ୍ଠନାଥ ପରିଡା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ବୈକୁଣ୍ଠ ମଧ୍ୟ ବିଜେଡିରେ ଥିଲେ । ବିଜେପିରେ ଯୋଗ ଦେବା ପରେ ତେଜେଶ୍ଵର ବିଜେଡିର କେନ୍ଦ୍ରାପଡା ସାଂସଦଙ୍କ ଉପରେ ଖୁବ ଗର୍ଜିଛନ୍ତି । ବନ୍ୟା ବେଳେ କେବଳ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାବାସୀଙ୍କ ସହ ରହିଥିବା ସେ କହିଛନ୍ତି ।

ବିଜେଡି ଛାଡ଼ିବା ପୂର୍ବରୁଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଇସ୍ତଫା ପତ୍ରରେ ତେଜେଶ୍ବର ପରିଡ଼ା କହିଛନ୍ତି ଯେ, ବିଜେଡି ନେତୃତ୍ବରେ ପରିଚାଳିତ ସରକାରରେ ଓଡ଼ିଶାବାସୀଙ୍କ‌ ସେବା କରିବାର ସୁଯୋଗ ମିଳିଥିବାରୁ ସେଥିପାଇଁ ଧନ୍ୟବାଦ ଜଣାଉଛି। ବିଜେଡିରେ ଥିଲା ଭିତରେ ଉତ୍ସର୍ଗୀକୃତ ମନୋଭାବ ନେଇ ମୁଁ ରାଜ୍ୟବାସୀଙ୍କ ପାଇଁ କାମ କରିଛି। ମୋର ଦକ୍ଷତା ଅନୁସାରେ ଦଳ ପାଇଁ କାମ କରିଛି।

Leave a Reply

Your email address will not be published. Required fields are marked *