ଅନୁଗୋଳ ରେ ପୁଣି ପୋଲିସ ର ଏନକାଉଣ୍ଟର

ଅନୁଗୋଳ : ଅନୁଗୋଳ ରେ ପୁଣି ଏନ କାଉଣ୍ଟାର। ପୋଲିସ ପାଇଁ Most Wanted ଅପରାଧୀ କ୍ଷୀରୋଦ କୁ ଏନ କାଉଣ୍ଟାର କରିଛି ଅନୁଗୋଳ ପୋଲିସ ଓ ସ୍ପେଶାଲ ସ୍କ୍ବାଡ଼। ବିଳମ୍ବିତ ରାତ୍ରି ରେ ପୋଲିସ ର ପେଟ୍ରୋଲିଂ ବେଳେ ଘଟିଛି ଗୁଳିକାଣ୍ଡ। ପୋଲିସ କୁ ଦେଖି କ୍ଷୀରୋଦ ଗୁଳି ଚଳାଇବାରୁ ପୋଲିସ ର ପାଲଟା ଗୁଳି ରେ ଆହତ ହୋଇଛି କ୍ଷୀରୋଦ।

କ୍ଷୀରୋଦ ର ଡାହାଣ ଗୋଡ଼ରେ ବାଜିଛି ଗୁଳି। କ୍ଷୀରୋଦ କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଲୟରେ ଭର୍ତ୍ତି ।କ୍ଷୀରୋଦ ନାଁରେ ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ ଜିଲାରେ ରହିଛି ୫୦ ରୁ ଅଧିକ ମାମଲା। ଗତ ତିନିଦିନ ମଧ୍ୟରେ ଏହା ହେଉଛି ପୋଲିସ ର ଦ୍ଵିତୀୟ ଏନକାଉଣ୍ଟର।

Leave a Reply

Your email address will not be published. Required fields are marked *