୨୩ରେ ୪୫ ବୁଥରେ ହେବ ସାନି ମତଦାନ,ରାଜ୍ୟ ନିର୍ବାଚନ ଆୟୋଗ.

ଭୁବନେଶ୍ବର:ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ବେଳେ କେତେକ ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଏହି ସବୁ ସ୍ଥାନରେ ଫେବୃୟାରୀ ୨୩ ତାରିଖରେ ସାନି ମତଦାନ ହେବ।  ୪୫ଟି ବୁଥରେ  ସାନି ମତଦାନ ହେବ।  ପ୍ରଥମ ପର୍ଯ୍ୟାୟର ୨୫ଟି ବୁଥରେ ଓ ଦ୍ବିତୀୟ ପର୍ଯ୍ୟାୟର  ୨୦ଟି ବୁଥରେ ସାନି ମତଦାନ ହେବ। ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ  ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛନ୍ତି। ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଓ ୧୮ ତାରିଖରେ  ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ତେବେ ମତଦାନ ବେଳେ କେତେକ ବୁଥରେ ବିଶୃଙ୍ଖଳା  ହୋଇଥିଲା।  କେତେକ ସ୍ଥାନରେ ଉତ୍ତେଜନା ଦେଖା ଦେବାରୁ ଭୋଟ ଦାନ ସ୍ଥଗିତ ରଖାଯାଇଥିଲା।

Leave a Reply

Your email address will not be published. Required fields are marked *