ମୁମ୍ବାଇ: ଯଦି ଆପଣ ମଧ୍ୟ ଉତ୍ସାହର ସହିତ ‘ହେରାଫେରି-୩’ କୁ ଅପେକ୍ଷା କରୁଛନ୍ତି ତେବେ ଚଳଚ୍ଚିତ୍ରକୁ ନେଇ ଆଜି ଏକ ବଡ଼ ଖବର ସାମ୍ନାକୁ ଆସିଛି | ବାସ୍ତବରେ, ‘ଭୁଲ ଭୁଲେୟା ୨’ ପରେ ଶୁଣିବାକୁ ମିଳୁଥିଲା ଯେ ‘ହେରାଫେରି ୩’ରେ କାର୍ତ୍ତିକ ଆର୍ଯ୍ୟନ ଅକ୍ଷୟ କୁମାରଙ୍କ ସ୍ଥାନରେ ଦେଖିବାକୁ ମିଳିବେ । କିନ୍ତୁ ବର୍ତ୍ତମାନ ଜଣାପଡିଛି ଯେ ଫିଲ୍ମର ତୃତୀୟ ସିକ୍ୱେଲରେ ମଧ୍ୟ ରାଜୁ ଭୂମିକାରେ ଅକ୍ଷୟ କୁମାର ହିଁ ନଜର ଆସିବେ | ତେବେ ‘ହେରାଫେରି’ର ଦୁଇଟି ସିକ୍ୱେଲ ଆନିସ୍ ବାଜମୀ ନିର୍ଦ୍ଦେଶନା ଦେଇଥିବା ବେଳେ ‘ହେରାଫେରି-୩’ କିନ୍ତୁ ଫରହାଦ୍ ସାମଜୀ ନିର୍ଦ୍ଦେଶନା ଦେବେ । ଖବର ଅନୁଯାୟୀ, ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ରିପୋର୍ଟ ମୁତାବକ ଏକ ସପ୍ତାହ ପୂର୍ବରୁ ଅକ୍ଷୟ, ସୁନୀଲ ଏବଂ ପରେଶ ରାୱଲ ଏହି ଚଳଚ୍ଚିତ୍ର ପାଇଁ ମୁମ୍ବାଇର ଏମ୍ପାୟାର ଷ୍ଟୁଡିଓରେ ଏକ ବୈଠକ କରିଥିଲେ। ଯାହା ପରେ ଏବେ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ସୂଚନା ଥାଉ କି ଫିଲ୍ମର ପ୍ରଥମ ଭାଗ ୨୦୦୦ ମସିହାରେ ଆସିଥିଲା, ଦ୍ୱିତୀୟ ଭାଗ ୨୦୦୬ ମସିହାରେ ଆସିଥିଲା | ଆଉ ୧୭ ବର୍ଷ ପରେ, ଫିଲ୍ମର ତୃତୀୟ ଭାଗ ନିର୍ମାଣ ହେବାକୁ ଯାଉଛି ,
ଆରମ୍ଭ ହେଲା ‘ହେରାଫେରି-୩’ର ସୁଟିଂ, ରାଜୁ ଭୂମିକାରେ ଅଭିନୟ କରିବେ ଅକ୍ଷୟ କୁମାର
