‘OMG 2’ର ନୂଆ ପୋଷ୍ଟର୍‌ ସେୟାର୍‌ କଲେ ଅକ୍ଷୟ

ମୁମ୍ବାଇ: ଖିଲାଡି ବୟ ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ଓଏମ୍‌ଜି ୨’ ର ଏକ ନୂଆ ପୋଷ୍ଟର ରିଲିଜ୍ ହୋଇଛି, ଯେଉଁଥିରେ ଅଭିନେତା ଲମ୍ବା କେଶ ସହ ଭସ୍ମ ବିଭୂତି ଏବଂ ରୁଦ୍ରାକ୍ଷ ମାଳା ପିନ୍ଧି ‘ଶିବ’ଙ୍କ ଅବତାରରେ ନଜର ଆସିଛନ୍ତି। ଏହାସହିତ ସେ ଫିଲ୍ମର ଟିଜର ଖୁବ ଶୀଘ୍ର ରିଲିଜ ହେବ ବୋଲି ସୋସିଆଲ ମିଡିଆ ଜରିଆରେ ତାଙ୍କର ପ୍ରଶଂସକଙ୍କୁ ସୂଚନ‌ା ଦେଇଛନ୍ତି।ଅକ୍ଷୟଙ୍କ ଫିଲ୍ମର ଏହି ପୋଷ୍ଟର୍‌ ଦେଖିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାକାରୀ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇ ଚାଲିଛନ୍ତି। ଏହି ପୋଷ୍ଟ୍‌ରଟି ଏବେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡିଂ ହେଉଛି। ତେବେ କେତେକ ହିନ୍ଦୁ ସଂଗଠନ ଏହି ପୋଷ୍ଟ୍‌ରକୁ ଦେଖି ଆଗୁଆ ଚେତାବନୀ ମଧ୍ୟ ଦେଇଛନ୍ତି। 

Advertisement

ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ‘ଓଏମ୍‌ଜି ୨’ରେ ତାଙ୍କର ନୂଆ ଲୁକର୍‌ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘‘ସତ୍ୟର ରାସ୍ତାରେ ଭେଟ ହେବା। ଆଉ ମାତ୍ର କିଛି ଦିନ ପରେ, ଅଗଷ୍ଟ ୧୧ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ଓଏମ୍‌ଜି୨’। ଟିଜର୍‌ ଖୁବ୍‌ ଶୀଘ୍ର ରିଲିଜ୍‌ ହେବ।’’ଅକ୍ଷୟ କୁମାରଙ୍କ ଏହି ପୋଷ୍ଟର ଦେଖିବା ପରେ ‌ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ସତର୍କ ହୋଇଯାଇଛନ୍ତି। କେତେ ଜଣେ ଚେତାବନୀ ମଧ୍ୟ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଆଶା କରେ, ଚଳଚ୍ଚିତ୍ରରେ ହିନ୍ଦୁ ଧର୍ମକୁ ପରିହାସ କରାଯାଇ ନାହିଁ।’ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ହିନ୍ଦୁ ଈଶ୍ବରଙ୍କୁ ଅପମାନିତ କରିବାର ସାହସ କରନ୍ତୁ ନାହିଁ।’

ଆରମ୍ଭରୁ ଏହି ଚଳଚ୍ଚିତ୍ରକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ ନିର୍ମାତାମାନେ ବକ୍ସ ଅଫିସର ସ୍ଥିତିକୁ ବିଚାର କରି ଏହାକୁ ଓଟିଟିରେ ରିଲିଜ୍‌ କରିବାକୁ ଚାହୁଁଥିଲେ, କିନ୍ତୁ ପ୍ରଶଂସକମାନେ ଏହାକୁ ପ୍ରେକ୍ଷାଳୟରେ ରିଲିଜ୍‌ କରିବାକୁ ଦାବି କରିଥିଲେ। ଏବେ ଏହାକୁ କେବଳ ପ୍ରେକ୍ଷାଳୟରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇ

Leave a Reply

Your email address will not be published. Required fields are marked *