ଓଃ ମାଇ ଗଡ- ୨ ଫିଲ୍ମର ଫାର୍ଷ୍ଟ ଲୁକ୍ ଜାରି:ଏଥର କୃଷ୍ଣ ନୁହେଁ ଭଗବାନ ଶିବଙ୍କ ଅବତାରରେ ନଜର ଆସିବେ ଅକ୍ଷୟ

ମୁମ୍ବାଇ: ଓଃ ମାଇ ଗଡ- ୨ ଫିଲ୍ମର ଆଜି ଫାର୍ଷ୍ଟ ଲୁକ୍ ଜାରି ହୋଇଛି । ଫିଲ୍ମର ହିରୋ ଅକ୍ଷୟ କୁମାର ଏ ସମ୍ପର୍କରେ ଆଜି ଟ୍ବିଟ କରି ସୂଚନା ଦେଇଛନ୍ତି । ଏଥିରେ ଅକ୍ଷୟଙ୍କୁ ଭଗବାନ ଶିବଙ୍କ ରୂପରେ ଦେଖିବାକୁ ମିଳିଛି । ପୋଷ୍ଟର ଶେୟାର କରିବା ସହ କ୍ୟାପ୍ସନ ଲେଖିଥିଲେ ଯେ, କର୍ତା କରେ ନ କର ସକେ ଶିବ କରେ ସୋ ହାୟ । ପୂର୍ବଥର ପରିି ଏଥର ମଧ୍ୟ ଆମେ ଏକ ମହତ୍ୱପୂର୍ଣ୍ଣ ସାମାଜିକ ବିଷୟ ନେଇ ଆସିଛୁ । ଆଶା କରୁଛୁ ଏହା ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ ବୋଲି ଅକ୍ଷୟ କୁମାର କହିଛନ୍ତି ।

ସେହିପରି ଏକ ୪୨ ସେକେଣ୍ଡର ଭିଡିଓ ଟ୍ବିଟରରେ ସେୟାର କରିଛନ୍ତି। ଯେଉଁଥିରେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ ନଜର ଆସିଛନ୍ତି।ସୂଚନାଯୋଗ୍ୟ, ୨୦୧୨ରେ ରିଲିଜ ହୋଇଥିବା ଓଃ ମାଇ ଗଡ ଫିଲ୍ମରେ ଅକ୍ଷୟ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକା କରିଥିଲେ । ସେ ସମୟରେ ଏହି ଫିଲ୍ମର ବିଷୟବସ୍ତୁ ବେଶ ଚର୍ଚ୍ଚାର କାରଣ ସାଜିଥିଲା ଏବଂ ଭଲ ବ୍ୟବସାୟ ମଧ୍ୟ କରିଥିଲା

Leave a Reply

Your email address will not be published. Required fields are marked *