ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ।

ପବିତ୍ର ଅକ୍ଷୟ ତୃତୀୟାରେ ଆଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଅରୁଣ ସାହୁ । ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଅଖିମୁଠି ଅନୁକୂଳ କରିଛନ୍ତି। ନୟାଗଡ଼ ବ୍ଳକ ବାଲୁଗାଁ ପଞ୍ଚାୟତ ଖେଡ଼ପଡ଼ାଠାର ଅଖିମୁଠି ଅନୁକୁଳ କରି କୃଷି ଓ କୃଷକର ଉନ୍ନତୀ କାମନା କରିଛନ୍ତି। ଜଣେ ଚାଷୀ ବିଲରେ କୃଷି ମନ୍ତ୍ରୀ ପୂଜାର୍ଚ୍ଚନା କରି ଅଖିମୁଠି ଅନୁକୂଳ କରିବା ସହ ନିଜେ ହଳ କରି ବିହନ ବୁଣିଛନ୍ତି ।

ଗତବର୍ଷ ରାଜ୍ୟରେ ଫସଲ ଉତ୍ପାଦନ ଅଧିକ ହୋଇଥିବା ବେଳେ ଏବର୍ଷ ମଧ୍ୟ କୃଷକମାନେ ଲାଭବାନ ହେବେ ବୋଲି ଆଶା କରାଯାଉଛି । ଗତକାଲି ରାଜ୍ୟ ସରକାର କାଳିଆ ଯୋଜନାରେ ୪୨ ଲକ୍ଷ କୃଷକଙ୍କ ଖାତାରେ ୯୨୦ କୋଟି ଟଙ୍କା ଜମି କରିଛନ୍ତି। ଏଥିସହିତ ଚାଷୀ ଆମର ଗର୍ବ, ତାଙ୍କ ତ୍ୟାଗର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *