ଅନୁଗୋଳ : ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଅଲେଖ ମହିମା ଧାମ ପରିଚାଳନା କମିଟି ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଚଳିତ ଫେବୃଆରୀ -୧୦ ରୁ ୧୪ ତାରିଖ ମଧ୍ୟରେ ୧୬୨ ତମ ମାଘ ମେଳା ଓ ଆନ୍ତର୍ଜାତୀୟ ମହିମା ମହୋତ୍ସବ ସୁଚାରୁରୂପେ ପରିଚାଳନା କରିଥିବାରୁ ଜିଲ୍ଲା ପ୍ରଶାସନ, ଇଲେକ୍ଟ୍ରୋନିକ ମିଡିଆ, ପ୍ରିଣ୍ଟ ମିଡିଆ, ପୋର୍ଟାଲ ମିଡିଆ ଓ ଜଗତ ଭକ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ଅଛି।

ଶ୍ରୀ ପ୍ରଧାନଙ୍କ ବାସ ଭବନରେ ସାକ୍ଷାତ କରି ଧାମର ଆଞ୍ଚଳିକ ସଭାପତି, ଶ୍ରୀ ଲୋକନାଥ ସାହୁ, ଧାମର ଗ୍ରାମ୍ୟ ସଭାପତି ଶିବ ସାହୁ, ଧାମର କୋଷାଧ୍ୟକ୍ଷ ବିଜ୍ଞାନୀ କୁମାର ବେହେରା, ବରିଷ୍ଠ ସଦସ୍ୟ ପରେଶ ଚନ୍ଦ୍ର ଜେନା ଓ ଅଜୟ କୁମାର ଦେହୁରୀ ପୁଷ୍ପ ଗୁଛ ,ଉତ୍ତରୀ ଓ ମୋମେଣ୍ଟମ ଆକାରରେ ଧାମର ପ୍ରତିକାତ୍ମକ ଚିତ୍ର ପ୍ରଦାନ କରିଥିଲେ।
ବାର୍ତ୍ତାଳାପରେ ମହୋତ୍ସବର ପ୍ରଥମ ଦିନରେ ଘୋଷଣା କରିଥିବା ଭିକ୍ଷା ମଣ୍ଡପ ବା ଆତ୍ମସେବା ମଣ୍ଡପ ଆସନ୍ତା ବୈଶାଖ ପୁର୍ଣ୍ଣମା ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପୂର୍ବରୁ ସମାପନ କରିବା ସହିତ ଚଳିତ ବିଧାନସଭାରେ ଅଙ୍ଗାରବନ୍ଧ ଧାମକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବି ସହିତ ଧାମର ବିକାଶ ପାଇଁ ଦାବି ଉପସ୍ଥାପନ କରିବେ। ଏଥି ସହିତ ରାଜ୍ୟ ସ୍ତରୀୟ ଭୀମ ଭୋଇ ଜୟନ୍ତୀ ଭବ୍ୟ ଓ ଦିବ୍ୟ ଭାବରେ ପାଳନ କରିବା ପାଇଁଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଲେ।