ଭାରତରେ ଖେଳାଯିବ ଆଇପିଏଲ-୨୦୨୨

ମୁମ୍ବାଇ : ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଭାରତରେ ହିଁ ଖେଳାଯିବ । ଏହା ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହୋଇ ମେ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ବିସିସିଆଇ ସଚିବ ଜୟ ଶାହା ସୂଚନା ଦେଇଛନ୍ତି ଆଇପିଏଲ-୨୦୨୨ ଆୟୋଜନ ନେଇ ଆଜି ସମସ୍ତ ଫ୍ରାଞ୍ଚାଇଜ୍ ସହିତ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏବଂ ଆଇପିଏଲ ବୋର୍ଡ ଏକ ବୈଠକ କରିଥିଲା। ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଭାରତରେ ସମସ୍ତ ମ୍ୟାଚ ଆୟୋଜନ ନେଇ ଆଲୋଚନା ହୋଇଥିବା ଜଣାପଡିଛି।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଭାରତର ଆୟାଜନ ପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ମାନେ ଏକମତ ଥିବା ବେଳେ ବିସିସିଆଇ ମଧ୍ୟ ସହମତ ଥିବା ବିଶେଷ ସୂତ୍ରରୁ ଜଣାପଡିଛି। ତେବେ ଦେଶର ଏକାଧିକ ଭେନ୍ୟୁରେ ଆଇପିଏଲ୍ ସମ୍ଭବ ନହେଲେ ମଧ୍ୟ କିଛି ନିିର୍ଦ୍ଧିଷ୍ଟ ଭେନ୍ୟୁରେ ସମସ୍ତ ମ୍ୟାଚ୍ ଖେଳାଯିବ । ବିଶେଷକରି ମୁମ୍ବାଇ ସହରର ୩ଟି ଗ୍ରାଉଣ୍ଡରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି । କରୋନା କାରଣରୁ ଚଳିତବର୍ଷ ଆଇପିଏଲ୍ ବିଦେଶ ମାଟିରେ ଆୟୋଜନ ହେବା ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା, ହେଲେ ଏବେ ତା ଉପରେ ପଡିଛି ପୂର୍ଣ୍ଣଚ୍ଛେଦ 

Leave a Reply

Your email address will not be published. Required fields are marked *