ଅଲ୍ ଓଡ଼ିଶା ବ୍ରିଜ ଟୁର୍ଣ୍ଣାମେଣ୍ଟ , ବାରବାଟୀ ବ୍ରିଜ କ୍ଲବ ପ୍ରଥମ

ଅଲ୍ ଓଡ଼ିଶା ବ୍ରିଜ ଟୁର୍ଣ୍ଣାମେଣ୍ଟ ଅନୁଗୋଳ ବ୍ରିଜ ଆସୋସିଏସନ୍ ଅନୁଗୋଳ ଆନୁକୁଲ୍ୟରେ ମାର୍ଚ୍ଚ ୮ ଓ ୯ ତାରିଖ ଦୁଇଦିନ ବ୍ୟାପୀ ଅନୁଗୋଳ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ପ୍ରତିଯୋଗିତାରେ ବାରବାଟୀ ବ୍ରିଜ କ୍ଲବ୍ ପ୍ରଥମ , ଜୟ ଜଗନ୍ନାଥ କ୍ଲବ ଭୁବନେଶ୍ୱର ଦ୍ୱିତୀୟ ଓ ବେଲପାହାଡ କ୍ଲବ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ବ୍ରିଜ ପେୟାର ଖେଳରେ ବେଲପାହାଡ କ୍ଲବ୍ ପ୍ରଥମ, ତାଳଚେର ବ୍ରିଜ କ୍ଲବ୍ ଦ୍ୱିତୀୟ ଓ ଅନୁଗୋଳ ବ୍ରିଜ କ୍ଲବ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

Advertisement

ଏହି ଟୁର୍ଣ୍ଣାମେଣ୍ଟକୁ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଓ ପାଲଲହଡ ବିଧାୟକ ଅଶୋକ ମହାନ୍ତି, ବିଜେପି ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ,ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ,ବିଜେପି ନେତା ଦିଲ୍ଲୀପ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦିପ ପ୍ରଜ୍ଜଳନ କରି ଖେଳକୁ ଉଦଘାଟନ କରିଥିଲେ l 

ଖେଳର ଉଦଯାପନ ଦିବସରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଓ OBA ସଭାପତି ଶୁଭେନ୍ଦୁ ପଟ୍ଟନାୟକ ଯୋଗଦେଇ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ଦୁଇଦିନ ବ୍ୟାପୀ ଚାଲିଥିବା ଉକ୍ତ ଖେଳରେ ଜିଲ୍ଲା ବ୍ରିଜ ଆସୋସିଏସନ୍ ସଭାପତି ଜୟ ପ୍ରକାଶ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ବ୍ରିଜ ଆସୋସିଏସନ୍ ସଂପାଦକ ଦିଲ୍ଲୀପ କୁମାର ସିହ୍ନା ଯୋଗଦେଇ ଧନ୍ୟବାଦ୍ ଦେଇଥିଲେ ।ଉକ୍ତ ଖେଳକୁ ୨ ଦିନ ଧରି ଓଡ଼ିଶା ବ୍ରିଜ ଆସୋସିଏସନ୍ ର ଭାଇରେକ୍ଟ ଭୀମସେନ ପ୍ରଧାନ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *