ପ୍ରତିଭା ସମ୍ମାନ ଉତ୍ସବ, ସମ୍ମାନୀତ ହେଲେ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଭା

ଅନୁଗୋଳ: ଆମ ପ୍ରତିଭା ଆମ ସ୍ବାଭିମାନର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି ଏହି ଅବସରରେ ଅନୁଷ୍ଠାନ ତରଫରୁ ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଥିଲେ । ସକାଳେ ବୁଢ଼ୀ ଠାକୁରାଣୀ ମନ୍ଦିରରେ ସାମୁହିକ ୧୦୮ ଦୀପଦାନ ସହିତ ସହର ମଧ୍ୟରେ ଥିବା ମହାତ୍ମାଗାନ୍ଧୀ, ରାଜା ସୋମନାଥ ସିଂ ଜଗଦ୍ଦେବ ,ଉତ୍କଳ ମଣୀ ଗୋପବନ୍ଧୁ ଦାସ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇଥିଲା । ଏହାସହ ଏକ ସ୍ବେଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇ ୭୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

Advertisement

ଏଥିପାଇଁ ଆୟୋଜିତସଭାରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତିଆଣ ରାଜନୀତିରୁ ଉର୍ଦ୍ଧ୍ବରେ ରହି ଓଡିଶାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁପରି ଭାବରେ ଏକ ସ୍ବଛ ଓ ନିରପେକ୍ଷ ଶାସନ ଦେଇଛନ୍ତି ସେହିପରି ଦଳଗତ ନିର୍ବିଶେଷରେ ଗୋଟିଏ ମଞ୍ଚରେ ସମସ୍ତଙ୍କୁ ସମ୍ମାନିତ କରିବା ଭଳି ଏକ ମହନୀୟ କାର୍ଯ୍ୟ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାର ଉଦାହରଣ ପାଲଟିଯାଇଛ ଢେ଼ଙ୍କାନାଳ ସସଂଦୀୟ କ୍ଷେତ୍ରର ସାସଂଦ ତଥା ଆମ ପ୍ରତିଭା ଆମ ସ୍ବାଭିମାନର ଅନୁଷ୍ଠାନର ପ୍ରତିଷ୍ଠାତ ମହେଶ ସାହୁ  ।

ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସାଂସଦ ଶ୍ରୀ ସାହୁ ଅବିଭକ୍ତ ଢେଙ୍କାନାଳ-ଅନୁଗୁଳ ଜିଲ୍ଲାରେ ଦଳଗତ ନିର୍ବିଶେଷରେ ରାଜନୈତିକ, ଅଣ ରାଜନୈତିକ, ସାମାଜିକ, ଆଧ୍ୟାତ୍ମିକ, ସାଂସ୍କୃତିକ, ଶିକ୍ଷା, କ୍ରୀଡା, ଶିଳ୍ପ,କଳା,କାରିଗରୀ  ତଥା ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ପ୍ରତିଭା ତଥା ପୂଜ୍ୟପୂଜା ମାନଙ୍କୁ ଚିହ୍ନଟ କରି ସମ୍ମାନୀତ କରାଯିବା ନିମନ୍ତେ ଏହି ଅନୁଷ୍ଠାନର ଜନ୍ମ ହୋଇଛି ।ଆଜି ଶିଶୁ ଭାବରେ ଭୂମିଷ୍ଠ ହୋଇଥିବ ଏହି ଅନୁଷ୍ଠାନ ଆଗାମୀ ଦିନରେ ଏହି କାର୍ଯ୍ୟକୁ ଜାରି ରଖିବା ବୋଲି କହିଥିଲେ । ମୁଖ୍ୟବକ୍ତା ଅବସର ପ୍ରାପ୍ତ ଅଧ୍ୟାପକ ବାମକାନ୍ତ ଗଡନାୟକ ଆଜି ମନୁଷ୍ୟ ପାଖରେ ଧନ ରତ୍ନ , ସୁଖ ଶାନ୍ତି ଅଛି କିନ୍ତୁ ମନୁଷ୍ୟତ ନାହିଁ ଫଳରେ ସମାଜ ଅଧୋପତନ ଆଡ଼କୁ ଗତି କରୁଛି ।ଏଣୁ ଆମକୁ ସଚେତନ ହେବାକୁ ପଡିବ ବୋଲି ପ୍ରକାଶ କରିଥିଲେ ।

ଆଜିର ଏହି ସମ୍ମାନୀତ କାର୍ଯ୍ୟକ୍ରମରେ ପୂର୍ବତନ ପୌର ପରିଷଦ ଓ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ,ଲୋକ ପ୍ରତିନିଧି, ଶିକ୍ଷାବିତ୍,ଶିଳ୍ପୀ, କାରିଗର, କଳାକାର ତଥା ବିଭିନ୍ନ ବର୍ଗରୁ ଶତାଧିକ ପ୍ରତିଭାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।ଅନୁଷ୍ଠାନର ସଭାପତି ବିମଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ମହେଶ ସାହୁ ସଭା ପରିଚାଳନା କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ସିନେ ତାରକା ଅଶୋକ ଦାଶ, ଆମ ପ୍ରତିଭା ଆମ ସ୍ବାଭିମାନର ସାଧାରଣ ସମ୍ପାଦକ ଭକ୍ତି ପ୍ରସାଦ ଦାସ ମଞ୍ଚାସିନ ଥିଲେ । ଶେଷରେ ଅନୁଷ୍ଠାନର ଉପ ସଭାପତି  ଦୁର୍ଗା ଚରଣ ପ୍ରଧାନ ।ଧନ୍ୟବାଦ ଅର୍ପଣ କରିଥିଲେ ।ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ମାତୃ ପ୍ରସାଦ ମିଶ୍ର ,ପ୍ରଦୀପ ଦେବତା,ଦିନେଶ ପ୍ରଧାନ, ପ୍ରତାପ ମହାପାତ୍ର, ବିଜୟ ବେହେରା, ଆଦିତ୍ୟ ପ୍ରସାଦ ମିଶ୍ର, ସୌରୀ ରଞ୍ଜନ ପଣ୍ଡା,ଗଦାଧର ସାହୁ,ସୁନିଲ ପ୍ରଧାନ, ମମତା ପ୍ରଧାନ, ସପେନ୍ଦ୍ର ସାହୁ,ପ୍ରକାଶ ଭୋଇ ପ୍ରମୁଖ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *